ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ଗର୍ବ ଓ ଗୌରବ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ରକ୍ରମ ଗୁଡିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଗରିମା ପରିବାର ତରଫରୁ ଆୟୋଜିତ ଓଡିଆ ନବବର୍ଷ ପାଳନରେ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ନବବର୍ଷ ପାଳନର ଶୁଭକାମନା ପ୍ରଦାନ କରିଥିଲେ । ଓଡିଆ ନବବର୍ଷ ପାଳନ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସମସ୍ତଙ୍କ ଧ୍ୟେୟ ହେବା ଦରକାର ବୋଲି ମତ ରଖିଥିଲେ । ସେହିପରି ଫର୍ଟିଲାଇଜର ଟାଉନସିପ ଅଂଚଳର ମା’ ତାରିଣୀ ପୂଜା କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ସଂସ୍କୃତିକୁ ବଂଚାଇ ରଖିବାର ପ୍ରୟାସ ପାଇଁ ସାଧୁବାଦ ଦେଇଥିଲେ । ଅନ୍ୟପକ୍ଷରେ ଲାଠିକଟାର ପ୍ରାକ୍ତନ ଉପାଧ୍ୟକ୍ଷ ସୋମ ଓରାମଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟଯେ, ଶ୍ରୀ ତନ୍ତୀ ଜଣେ ଓଡିଆ ହିସାବରେ ସିଆର୍‌ପିଏଫ୍‌ରେ ଯୋଗଦେଇ ଡିଆଇଜି ପଦବୀକୁ ଉନ୍ନିତ ହୋଇ ଗତମାସରେ ଚାକିରିରୁ ଅବସର ନେବା ପରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

Leave A Reply

Your email address will not be published.