centurian jitm

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରମ୍ୟାନ ବରିୟାମ ସିଂ ସାଲୁଜାଙ୍କ ଯୋଗଦାନ

nschool

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରସ୍ଵତୀ ଶିଶୁ ମନ୍ଦିର ଦୁଇ ଦିବସୀୟ ବାର୍ଷିକ କ୍ରୀଡା ସମାରୋହ ସଫଳତା ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପନୀ ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରରମ୍ୟାନ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅମରେନ୍ଦ୍ର ତାଣ୍ଡି, ପରିଚାଳନା ସମିତିର ସମ୍ପାଦକ ଯୁବରାଜ ମେହେର, ସଭାପତି କୁଞ୍ଜବିହାରୀ ବେହେରା ଏବଂ ଅନ୍ୟ ସମସ୍ତ ପଦାଧିକାରୀ ସହିତ ନୂଆଗଡ ବିଭାଗର ବିଭାଗ ପ୍ରମୁଖ ପ୍ରକାଶ ଚନ୍ଦ୍ର ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପ୍ରତିଭାଗି ଶିଶୁ ଭାଇ ଭଉଣୀମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ଦୁଇ ଦିବସୀୟ ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ସଫଳତା ସହିତ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡାକୁ ପରିଚାଳନା କରିଥିଲେ ଏବଂ ପ୍ରାୟ ୪ ଶହ ଶିଶୁ ଭାଇ ଭଉଣୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.