jayashree

ବାଲେଶ୍ଵରରେ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ବାଲେଶ୍ୱର : ବାଲେଶ୍ଵରରେ ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସକାଳୁ ସକାଳୁ ଲୋକମାନେ ଯୋଗ କାରିବାକୁ ବାଲେଶ୍ଵର ଆଇ.ଟି.ଆଇ ପଡିଆରେ ଭିଡ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଏହି ଯୋଗ ଦିବସରେ ସାମିଲ ହୋଇଥିଲେ । ବିଶେଷ କରି ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ସଦର ବିଧାୟକ ସ୍ୱରୁପ ଦାସ, ବାଲେଶ୍ଵର ମୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏହି ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସରେ ଭାଗ ନେଇଥିଲେ । ତେବେ ଯୋଗ ପ୍ରାଣାୟମକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଜୀବନ ରୂପାନ୍ତରିତ ହେବା ସହ ଶାରୀରିକ ଓ ମାନସିକ ରୋଗରେ ପୂର୍ଣ୍ଣ ଆରୋଗ୍ୟତା ମିଳିଥାଏ ବୋଲି ଯୋଗ ଦିବସରେ ସାମିଲ ହୋଇଥିବା ଅତିଥି ମାନେ କହିଥିଲେ ।

Leave A Reply

Your email address will not be published.