ଭାଲୁପାଲି ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଭାଲୁପାଲି ଗ୍ରାମରେ ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ଦ୍ଵାରା ଗ୍ରାମର ସମସ୍ତ ଶିଶୁଙ୍କ ସହିତ ଯୋଗ ଦିବସ ପାଳନ କରାଯାଇଛି । ଏହି ଯୋଗ ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ ବାଦିବାହାଲ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ହୃଦାନନ୍ଦ ବେହେରା, ଅଶୋକ ଅଗ୍ରୱାଲ, ସମିତି ସଭ୍ୟ ଅଜିତ ବେହେରା ଓ ଭାଲୁପାଲି ଗ୍ରାମର ସ୍କୁଲ ଶିକ୍ଷକ ମନୋରଞ୍ଜନ ବିଶ୍ଵାଳ । ଭାଲୁପାଲି ଗ୍ରାମରେ ଶିଶୁମାନଙ୍କୁ ଦୀର୍ଘ ୫ ବର୍ଷ ହେବ ପ୍ରତିଦିନ ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ନେତୃତ୍ୱରେ ଯୋଗ ଶିକ୍ଷା ଦିଆଯାଉଛି ।

Leave A Reply

Your email address will not be published.