ପ୍ରଧାନମନ୍ତ୍ରୀ ନଭେମ୍ବର ୨୦ ଓ ୨୧ରେ ଲକ୍ଷ୍ନୌରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ

ଲକ୍ଷ୍ନୌ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଲକ୍ଷ୍ନୌର ପୁଲିସ ସଦର କାର୍ୟ୍ୟାଳୟରେ ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ପୁଲିସ ବାହିନୀର ଡିଜିପି ସହିତ ଆଇଜିପି(ଇନ୍ସପେକ୍ଟର ଜେନେରାଲ) ମାନେ ଭାଗ ନେବେ । ଏହି ଦୁଇଦିନିଆ ସମ୍ମିଳନୀ ମିଶ୍ରିତ ଆକାରରେ ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ପ୍ରତିଷ୍ଠାନର ମହାନିର୍ଦ୍ଦେଶକମାନେ ଲକ୍ଷ୍ନୌକୁ ଆସି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅବଶିଷ୍ଟ ଆମନ୍ତ୍ରିତ ପୁଲିସ ଅଧିକାରୀଗଣ ଭର୍ଚୁଆଲ ବ୍ୟବସ୍ଥାରେ ଦେଶର ୩୭ଟି ବିଭିନ୍ନ ଗୁଇନ୍ଦା ବ୍ୟୁରୋ /ପ୍ରାଦେଶିକ ଗୁଇନ୍ଦା ବ୍ୟୁରୋ ସଦର କାର୍ୟ୍ୟାଳୟରୁ ଏହି ସମ୍ମିଳନୀରେ ଭାଗନେବେ । ଏହି ସମ୍ମିଳନୀରେ ସାଇବର ଅପରାଧ, ଡାଟା ଗଭର୍ଣ୍ଣାନ୍ସ, ଆତଙ୍କବାଦୀ କାର୍ୟ୍ୟକଳାପର ମୁକାବିଲା, ବାମଉଗ୍ରପନ୍ଥୀ କାର୍ୟ୍ୟକଳାପର ଦମନ, ମାଦବଦ୍ରବ୍ୟ ଚୋରା କାରବାରର ନୂଆ ଧାରା ଏବଂ କାରାଗାର ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋଚନା ହେବ । ୨୦୧୪ରୁ ପ୍ରଧାନମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ପୂର୍ବରୁ ଏଭଳି ସମ୍ମିଳନୀରେ ପ୍ରତୀକାତ୍ମକ ଉପସ୍ଥିତି ବଦଳରେ ପ୍ରତ୍ୟକ ଅଧିବେଶନରେ ଭାଗ ନେଇ ମୁକ୍ତ ଓ ଅଣଆନୁଷ୍ଠାନିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଆସୁଛନ୍ତି । ଏହି ଆଲୋଚନା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସିଧାସଳଖ ଅବଗତ କରାଇବାର ସୁଯୋଗ ଶ୍ରୀ ମୋଦୀ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟ ଅନୁସାରେ ୨୦୧୪ଠାରୁ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପାରମ୍ପରିକ ଭାବେ ରାଜଧାନୀ ଦିଲ୍ଲୀରେ ନ ହୋଇ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି । ପୂର୍ବରୁ ଏହା କେବଳ ଦିଲ୍ଲୀରେ ଆୟୋଜିତ ହେଉଥିଲା । କେବଳ କରୋନା ମହାମାରୀ ଯୋଗୁଁ ୨୦୨୦ ଡିଜିପି ସମ୍ମିଳନୀ ଆଭାସୀ(ଭର୍ଚୁଆଲ) ବ୍ୟବସ୍ଥାରେ କରାଯାଇଥିଲା । ୨୦୧୪ରେ ଏହି ସମ୍ମିଳନୀ ଗୁଆହାଟୀରେ, ୨୦୧୫ରେ କଚ୍ଛର ଧୋରଡୋ,୨୦୧୬ରେ ହାଇଦରାବାଦର ଜାତୀୟ ପୁଲିସ ଏକାଡେମୀ, ୨୦୧୭ରେ ଟେକ୍ନପୁରର ବିଏସ୍ଏଫ୍ ଏକାଡେମୀ, ୨୦୧୮ରେ କେୱାଡିୟା ଏବଂ ୨୦୧୯ରେ ପୁଣେର ଆଇଆଇଏସ୍ଆର୍ରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.