centurian jitm

ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା ଅନୁଯାୟୀ ଆଜି ଗଂଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ଡା କିରଣ କୁମାର ପାଣିଗ୍ରାହୀ, ଯୁବ ଭାରତ ବରୁଣ କୁମାର ପାଣିଗ୍ରାହୀ ଓ ଓଡିଶା ରାଜ୍ୟ ପତଞ୍ଜଳି କାର୍ଯ୍ୟକର୍ତା ଡା ଦେବରାଜ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ଗୁରୁକୁଳ ଇଣ୍ଟରନେସ୍‌ନାଲ ପବ୍ଲିକ ସ୍କୁଲରେ ପାଳନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଓଡ଼ିଆ ପ୍ଲାନିଂ ବୋର୍ଡ଼ ଅଧ୍ୟକ୍ଷ ଓ ଗଂଜାମ ବିଜେଡି ଅଧ୍ୟକ୍ଷ ଡା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, କର୍ପୋରେଟର ମଞ୍ଚାସୀନ ଥିଲେ । ସ୍କୁଲର ମୁଖ୍ୟ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ବକ୍ତବ୍ୟ କ୍ରମେ ସମସ୍ତ ଅତିଥିଗଣ ନିଜ ନିଜ ବାର୍ତା ରଖିଥିଲେ । ପରିଶେଷରେ ସ୍ୱାମୀ ଯୋଗାନନ୍ଦ ସରସ୍ୱତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କାହ୍ନା ଚେରିଟେବଲ ଟ୍ରଷ୍ଟ, ଜୟ ଜଗନ୍ନାଥ ମର୍ଣ୍ଣିଙ୍ଗ ୱାକ କ୍ଳବ, ଟିମ କ୍ଲିନ ସିଟି, ଅଖିଳ ଭାରତୀୟ ମାରବାଡ଼ି ମହିଳା ସଂଘ, ହସ କ୍ଲବ, ଏମ୍‌କେସିଜି ହେଲଥ କେର ସଂଘଠନ, ସୃଜନୀ ଏନ୍‌ଜିଓ, ଅନ୍ତର୍ଜାତୀୟ ଭାର ଉତ୍ତୋଳନ କ୍ରୀଡ଼ାବିତ ଶ୍ରୀମତୀ ସୀତା କୁମାରୀ ଜେନା, ସାମ୍ବାଦିକ ସୁଦୀପ କୁମାର ସାହୁ ଏବଂ ସ୍କୁଲ ଅଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ରଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତ ପୋଇ, ରାକେଶ ପାଳ, ଧର୍ମା ଆଚାରି, ଶିବରାମ ପାଣିଗ୍ରାହୀ, ଶ୍ରୀଧର ପାଢୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଡା କିରଣ କୁମାର ପାଣିଗ୍ରାହୀ ଏବଂ ମହିଳା ପ୍ରଭାରୀ ତପସ୍ୱିନୀ ମିଶ୍ର ଏମ୍‌କେସିଜି ଅଡିଟୋରିୟମ ହଲ ଓ ପାରଲା କଲେଜରେ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ ଶିକ୍ଷା ଦେଇଥିଲେ । ପରିଶେଷରେ ଏକ ରାଲି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଯାହାକୁ ସମସ୍ତ ଅତିଥିଗଣ ସମ୍ବୋଧନ କରିଥିଲେ ।

Leave A Reply

Your email address will not be published.