ଜେ.କେ. ଜୁନିଅର କଲେଜରେ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ସ୍ଥାନୀୟ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିଅର କଲେଜ)ରେ ୫୩ତମ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ଅଦ୍ୟ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପୂଜାର୍ଚନା ପୂର୍ବକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନୀଳାମ୍ବର ପାତ୍ର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଭାରେ ରାଷ୍ଟ୍ରୀୟ ସେବା ଯୋଜନାର ଉଦ୍ଦେଶ୍ୟ ତଥା ଯୁବଗୋଷ୍ଠୀର ରାଷ୍ଟ୍ର ନିର୍ମାଣରେ ଯୋଗଦାନ ବିଷୟରେ ବକ୍ତାବୃନ୍ଦ ଆଲୋକପାତ କରିଥିଲେ । ସଭାରେ ଏନ.ଏସ.ଏସ ଲକ୍ଷ୍ୟ ଗୀତ, ଆହ୍ୱାନ ଗୀତ ସଦଭାବନା ଗୀତ ଓ଼ ଶେଷରେ ସଂକଳ୍ପଗୀତ ‘ହମ ହୋଂଗେ କାମୟାବ’ ଗାନ ପୂର୍ବକ ସ୍ବେଛାସେବୀମାନଙ୍କୁ ବେଚ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ହେମନ୍ତ ଚୋଧୁରୀ, ଅଧ୍ୟାପକ ଗିରିରାଜ ଗହିର, ଅଧ୍ୟାପକ ମୁକେଶ ବହିଦାର, ଗ୍ରନ୍ଥପାଳ ଚିନ୍ମୟ ରଣା, ପି.ଇ.ଟି ଲଳିତ ଗୌଡ଼ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । କଲେଜର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ଅଧ୍ୟାପକ ହେମନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.