ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ୍‌) ପରିସରରେ ବାର୍ଷିକ ଉତ୍ସବ (ଫୋନିକ୍ସ) ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏହା ବିଦ୍ୟାର୍ଥୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ବର୍ଷର ଉପଲବ୍ଧି ଓ ବିଫଳତାକୁ ଅନୁଶୀଳନ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ । ଅଭିଭାବକମାନଙ୍କ ପାଇଁ ଏହା ତାଙ୍କ ଶିଶୁର ପ୍ରତିଭାକୁ ଜାଣିବା ପାଇଁ ମଧ୍ୟ ଏକ ସୁଯୋଗ ସୃଷ୍ଟି କରିଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଓ ହେଲୋ କିଡ଼୍‌ସ୍‌ ବିଭାଗର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ମୁଖ୍ୟ ଅତିଥି ଭାବରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଉପ କୁଳପତି ପ୍ରଫେସର ଡ. ଡି. ଏନ. ରାଓ ଯୋଗ ଦେଇଥିଲେ । ପୂର୍ବାହ୍ନ ୧୦ଟାରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ସିଏଚ୍‌ଏସ୍‌ଇ (ବିଜ୍ଞାନ) ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାଏକ, ଉପାଧ୍ୟାକ୍ଷା ଡ. ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଉପାଧ୍ୟାକ୍ଷା ଡ. ପୁଣ୍ୟତୋୟା ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ହେଲୋ କିଡ଼୍‌ସ୍‌ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୋନିକା ତ୍ରିପାଠୀ ଉପସ୍ଥିତ ରହି ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଂକୁ ପୁରସ୍କୃତ କରାଯାଇଥଲା । ହେଲୋ କିଡ଼୍‌ସ୍‌ ବିଭାଗର ଆରାଧ୍ୟା ପ୍ରଜ୍ଞାମିତା ବିଶ୍ୱାଳ ମିସ୍‌ ହେଲୋ କିଡ଼୍‌ସ୍‌ ଓ ଶ୍ରେୟାଂଶ ମଲ୍ଲିକ ମାଷ୍ଟର ହେଲୋ କିଡ଼୍‌ସ୍‌ ଭାବରେ ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରୁ ଦଶମ ଶ୍ରେଣୀ ବୀନା କୁମାରୀ STUDENT OF THE YEAR ଭାବରେ ପୁରସ୍କୃତ ହୋଇଥିଲା ବେଳେ ସିଏଚ୍‌ଏସ୍‌ଇ (ବିଜ୍ଞାନ) ଦ୍ୱାଦଶ ଶ୍ରେଣୀର ପ୍ରିୟାରାଣୀ ପ୍ରଧାନ, ସିବିଏସ୍‌ଇ (ବିଜ୍ଞାନ) ବିଭାଗର ଦ୍ୱାଦଶ ଶ୍ରେଣୀର ଛାତ୍ର ନଳୀନ ମେହେର ଓ ସିବିଏସ୍‌ଇ କଳା ବିଭାଗର ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଆଲିସ୍କା ବାରିକ STUDENT OF THE YEAR ଭାବରେ ପୁରସ୍କୃତ ହୋଇଥିଲେ । ସିବିଏସ୍‌ଇ ବାଣିଜ୍ୟ ବିଭାଗରେ ଦ୍ୱାଦଶ ଶ୍ରେଣୀର ଛାତ୍ର ବିଶେଷ ମେହେର STUDENT OF THE YEAR ଭାବରେ ପୁରସ୍କୃତ ହୋଇଥିଲେ । ଏହାପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ନୃତ୍ୟ, ସଂଗୀତ ଓ ନାଟକ ଗୁଡିକ ପ୍ରଦର୍ଶିତ ହୋଇଥଲା । କ୍ରମାନୁସାରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । କାର୍ୟ୍ୟକ୍ରମଟିରେ ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା, ଭକ୍ତି ପଢାରିଆ ପରିଚାଳନା କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ସମାପିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକାମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇପାରିଥିଲା, ଯାହା ମନୋରଞ୍ଜନ କରିବା ସହିତ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.