ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କଲେ ୩ଟି ବ୍ଲକର ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଣ୍ଟାବାଂଜି ନିର୍ବାଚନ ମଂଡଳୀର ୩ ଗୋଟି ବ୍ଲକର ୬୭ ଗୋଟି ପଂଚାୟତର ଋଣୀ ଓ ଅଣ ଋରୀ ଛାଷୀମାନଙ୍କୁ ଖରିଫ-୨୦୨୧ର ଇନ୍ସୁରେନ୍ସ ମିଳିବା ଦାବୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ୩ ଗୋଟି ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ଯାଦବ ଭବନ ଠାରୁ ଏକ ଶେଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବୀପତ୍ର ମଧ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଇନ୍ସୁରେନ୍ସ ଦିଆଯାଉ ବୋଲି ବିଧାୟକ ସାଲୁଜା ଦାବୀ କରିବା ସହ କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କଠୁ ଇନ୍ସୁରେନ୍ସ କମ୍ପାନୀ ୨୦୦ କୋଟି ଟଙ୍କାର ଦୁର୍ନୀତି କରିଛି । ତେବେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଛାଷୀମାନଙ୍କୁ ଶୀଘ୍ର ଇନ୍ସୁରେନ୍ସ ମିଳିବା ପାଇଁ ଦାବୀ କରିଛନ୍ତି । ଏହି ସମୟରେ ବିଧାୟକ ସାଲୁଜାଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.