oom

ଅନାଥ ଶିଶୁକୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମହାରାଣୀ ମେରୀପୁର ଗାଁର ଗୌନ୍ତିଆ ପରିବାରର ଲୋକେ ପ୍ରାୟ ସମସ୍ତେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲେ । ଗୌନ୍ତିଆ ରାମ ପ୍ରସାଦ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମେ’ ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ବଡପୁଅ ମଧୁସୂଦନ ପୁରୋହିତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ରାୟପୁର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଗତ ମେ’ ୨୫ରେ ତାଙ୍କର ଦେହାନ୍ତ ହୋଇଥିଲା । ପରିବାରର ଅନ୍ୟ କେତେକ ସଦସ୍ୟ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲେ ।

ଏବେ ପ୍ରାୟ ସମସ୍ତେ ସୁସ୍ଥ ଅଛନ୍ତି । ଏ ଘଟଣା ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ଵର୍ଗତ ମଧୁସୂଦନ ପୁରୋହିତଙ୍କ ୮ବର୍ଷର ଏକ ମାତ୍ର ସନ୍ତାନ ମାନସ ପୁରୋହିତ, ଯିଏ କି ବର୍ତ୍ତମାନ ତୃତୀୟ ଶ୍ରେଣୀରେ ପାଠ ପଡୁଛି ତାକୁ ବରଗଡ କେନ୍ଦ୍ରୀୟ ବିଦ୍ୟାଳୟ ପଢାଇବା ପାଇଁ ସ୍ବର୍ଗତ ମଧୁସୂଦନ ପୁରୋହିତଙ୍କ ଧର୍ମପତ୍ନୀ ଶ୍ରୀମତୀ କମଳୀନୀ ପୁରୋହିତ ବରଗଡ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.