jayashree

ଓଡିଶା ପଛୁଆବର୍ଗ ତଥା ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଏସ୍‌ସି-ଏସ୍‌ଟି ପଛୁଆବର୍ଗ ଉଦ୍ୟୋଗୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଓଡିଶା ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍‌ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାୟିତ୍ଵରେ ଥିବା କର୍ତ୍ତବ୍ୟରତ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରଦତ୍ତ ସ୍ମାରକପତ୍ରରେ ରାଜ୍ୟର ଏସ୍‌ସି-ଏସ୍‌ଟି ସମ୍ପ୍ରଦାୟର ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ସାମାଜିକ ଭେଦଭାବ, ଅସଦାଚରଣ ତଥା ପ୍ରତିବନ୍ଧକ ଗୁଡ଼ିକ ସମ୍ବନ୍ଧରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଅବଗତ ସ୍ୱରୂପ ଜିଲ୍ଲା ପ୍ରଶାସନ ଆଗରେ ଦାବୀ ତଥା ଅନୁରୋଧ କରାଯାଇଛି । ସର୍ବୋପରି ଆର୍ଥିକ ସୁବିଧା, ଭିତ୍ତିଭୂମିର ଅଭାବ, ବ୍ୟାଙ୍କ ଏବଂ ଅମଲାତାନ୍ତ୍ରିକ ବାଧା ତଥା ସୀମିତ ବଜାର ସୁଯୋଗ ଭଳି ପ୍ରମୁଖ ପ୍ରସଙ୍ଗ ଦର୍ଶାଯାଇଥିଲା । ଏସ୍‌ସି-ଏସ୍‌ଟି ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ବ୍ୟବସ୍ଥିତ ପ୍ରତିବନ୍ଧକକୁ ସମାଧାନ କରିବାର ଗୁରୁତ୍ୱକୁ ଦୋହରାଇଛନ୍ତି ଏବଂ ସେମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ଏହି ସ୍ମାରକପତ୍ରରେ ଅନ୍ତର୍ନିହିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପଛୁଆବର୍ଗ ତଥା ଅନୁସୂଚୀତ ଜାତି/ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଉଦ୍ୟୋଗ ପାଇଁ ଏକ ଅନୁକୂଳ ପରିବେଶ ପ୍ରତିପାଦନ କରିବା ପ୍ରକ୍ରିୟାକୁ ନ କରିବାକୁ ନିର୍ଦ୍ଦିଷ୍ଟ ନୀତି ସୁପାରିଶ କରିବାକୁ ଉକ୍ତ ସ୍ମାରକ ପତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଦର୍ଶାଯାଇଥିବା ସମସ୍ତ ଦାବୀ ଗୁଡ଼ିକ ସମ୍ପର୍କରେ ବିଶେଷ ଧ୍ୟାନ ଦେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିହିତ ପଦକ୍ଷେପ ନିଆଯିବାକୁ ପ୍ରଶାସନ ଠାରେ ଦାବୀ ହୋଇଛି । ସଂଗଠନର ସଭାପତି ମୃତ୍ୟୁଞ୍ଜୟ ବେହେରା, ଉପ-ସଭାପତି ଭଗବାନ ବେହେରା, ସମ୍ପାଦକ ସୁଦାମ ଚନ୍ଦ୍ର ବେହେରା, ସହ-ସମ୍ପାଦକ ବିଧାନ ନାୟକ ପ୍ରମୁଖ ଜିଲ୍ଲାର ସମସ୍ତ ତହସିଲ ସ୍ତରରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ଏହି ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.