ଜିଲ୍ଲାପାଳ ଚଞ୍ଚଳ ରାଣା ଶେଷ ଦର୍ଶନ କଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣା ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର । ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସ୍ୱର୍ଗତ ସତ୍ୟନାରାୟଣଙ୍କ ଆଜି ଦେହାନ୍ତ ହେବା ପରେ ପ୍ରଥମେ ତାଙ୍କ କଂସାରୀପଡ଼ା ବାସଭବନକୁ ପାର୍ଥିବ ଶରୀରକୁ ଅଣାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ଡିଆଇପିଆର୍‌ଓ ଜୟଦେବ ପାଣିଗ୍ରାହୀ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଜୟ କୁମାର ଶତପଥୀ ଓ ଅନ୍ୟମାନେ ଶେଷ ଦର୍ଶନ କରି ତାଙ୍କ ବାସଭବନରେ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.