ଏକଦିବସୀୟ ଜିଲ୍ଲା ସ୍ତରୀୟ କବାଡି ଖେଳ ଉଦଯାପିତ : ଲୋଇସିଂହା ଦଳ ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖେଳପଡିଆ ଠାରେ ଏକଦିବସୀୟ କବାଡି ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୧୦ ଗୋଟି ଦଳ ଭାଗ ନେଇଥିଲେ । ଲୋଇସିଂହା ଓ ବେଲପଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଅନୁଷ୍ଠିତ ଖେଳରେ ଲୋଇସିଂହା ଦଳ ବେଲପଡା ଦଳକୁ ହରାଇ ପ୍ରଥମ ସ୍ଥାନରେ ବିଜୟୀ ହୋଇଥିବା ବେଳେ ବେଲପଡା ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବେଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ହାରିବା ହିଁ ଖେଳାଳି ମାନଙ୍କର ଆଗକୁ ବଢ଼ିବାରେ ମନବଳକୁ ସୁଦୃଢ କରିଥାଏ ଏବଂ ଜିତିବା ହିଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥାଏ ବୋଲି ଶ୍ରୀ ସୋରେନ ମତବ୍ୟକ୍ତ କରିଥିଲେ । ରାଜେଶ ଏବଂ ଅଜୁର୍ନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଏହି କବାଡି ଖେଳ ପ୍ରତିଯୋଗିତା । ଏଥିରେ କବାଡି ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.