ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋର୍ଡ ଫ୍ୟୁଚରିଷ୍ଟିକ୍ ସ୍କୁଲ୍ ପରିସରରେ ତୃତୀୟ ଇଣ୍ଟର ସ୍କୁଲ୍ ଓପେନ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଉତ୍ସବମୟ ପରିବେଶରେ ପାଳନ କରାଯାଇଛି । ପ୍ରାରମ୍ଭିକ ଅଧିବେଶନରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ଜେନା ମହାଶୟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଶେମର୍ଫୋଡ ସ୍କୁଲ୍ର ସେକ୍ରେଟାରୀ ସଞ୍ଜୀବ କୁମାର ରଥ, ଚେୟାରମ୍ୟାନ୍ ଆଶିଷ କୁମାର ରଥ, ଶିକ୍ଷା ନିର୍ଦ୍ଦେଶିକା ଶ୍ରୀମତୀ ନୀଲମ୍ ରଥ, ଜିଲ୍ଲା ଚେସ୍ ଆସୋସିଏସନ୍ର ସଭାପତି ଶୁକଦେବ ଗୁରୁ, ଡି.ସି.ଏ.ବି ସେକ୍ରେଟାରୀ ପ୍ରିୟବତ ପଣ୍ଡା, ମୁଖ୍ୟ ଅର୍ବିଟର ଦେବେନ୍ଦ୍ର ଯୋଶୀ ଓ ସହ ଅର୍ବିଟର ବିଘ୍ନେଶ୍ୱର ଯୋଶୀ ଉପସ୍ଥିତ ଥିଲେ । ଏହାକୁ ମୁଖ୍ୟ ଅତିଥି ସାଂସ୍କୃତିକ ଓ ପର୍ଯ୍ୟଟନ ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଉଦଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ବହୁତ ଉତ୍ସାହ ସହ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିଥିଲା ଏବଂ ବିଦ୍ୟାଳୟ ପରିସର ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଦେଖିବାକୁ ମିଳିଥିଲା । ମୋଟ ୧୩୧ ଜଣ ଛାତ୍ରଛାତ୍ରୀ ଭିନ୍ନ-ଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିଲେ । ରୋମାଞ୍ଚକ ମ୍ୟାଚ୍ମାନଙ୍କ ପରେ ଚେସ ପ୍ରତିଯୋଗିତାର ମୁଖ୍ୟ ପୁରସ୍କାରରେ ର୍ୟାଙ୍କ-୧ରେ ବେଦାଂଶ ନାଏକ, ର୍ୟାଙ୍କ-୨ରେ ସୋଭିନ ରଥ, ର୍ୟାଙ୍କ-୩ରେ ଅମନ୍ କୁମାର ବିଦାଧର ର୍ୟାଙ୍କ-୪ରେ ଶ୍ରୀୟାଂଶ ମିଶ୍ର ଏବଂ ର୍ୟାଙ୍କ-୫ରେ ଧରିତ୍ରୀ ପଣ୍ଡାଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପରେ ଅଣ୍ଡର-୭ ରେ ଅଭ୍ୟମ ହୋତା, ସୁଜଲ୍ କୁମାର ସେନାପତି ଏବଂ ଆରାଧ୍ୟା ବହିଦାର, ଅଣ୍ଡର-୯ରେ ଅକ୍ଷିତ ପ୍ରସନ୍ନ ସୁନା, ବରେନ୍ୟା ଭାଗ୍ମୀ ଏବଂ ଶ୍ରେୟାଂଶ ସାହୁ, ଅଣ୍ଡର-୧୧ରେ ଆର୍ୟା ଅସ୍ଲେଶ ଷଡଙ୍ଗୀ, ରେୟାଂଶ ଠାକୁର ଏବଂ ସରନ୍ ଆଦିତ୍ୟ ଦାଶ, ଅଣ୍ଡର -୧୩ରେ ଆଦ୍ୟାଶା ତ୍ରିପାଠି, ଶ୍ରେୟାଂଶ ଜୈନ ଏବଂ ଆୟୁଷ୍ମାନ ତ୍ରିପାଠି, ଅଣ୍ଡର-୧୫ ଶାଶ୍ଵତ ସ୍ୱରୂପ ପଧାନ, ବସୁନ୍ଧରା ପଣ୍ଡା, ସ୍ନିତିକ ପାଣିଗ୍ରାହି, ସ୍ଵତନ୍ତ୍ର ପୁରସ୍କାରରେ ଅଣ୍ଡର -୧୫ରେ ଉଦିତ ମେହେର, ଅଣ୍ଡର -୧୩ରେ ଆଦିତ୍ୟ କୁମାର ଦାଶ, ଅଣ୍ଡର-୧୧ ସୋବି ନାରାୟଣ ଯୋଷିଙ୍କ ସହିତ ସମସ୍ତ ବିଜେତାଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସମାପନ ଉତ୍ସବ ଅବସରରେ ଅତିଥିମାନେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର, ଖେଳ ମନୋଭାବ ଓ ଶୃଙ୍ଖଳା ରଖି ଜୀବନରେ ଉନ୍ନତି କରିବାକୁ ପ୍ରେରଣା ଦେଇଥିଲେ ।
Prev Post