oom

ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁରଭି ବରିହାଙ୍କ ପାଇଁ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ୮୦ ଜଣ ବିଜେଡି, କଂଗ୍ରେସ କର୍ମୀ ବିଜେପିରେ ସାମିଲ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିରୁ ଲଖମରା ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହାଙ୍କ ନିର୍ବାଚନ ପରିଚାଳନା ପାଇଁ ପାଇକମାଲ ବ୍ଲକ ଘେଁସରା ଗ୍ରାମ ଠାରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରି ପଧାନଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଜିଲ୍ଲା ଉପସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଲିଙ୍ଗରାଜ ପ୍ରଧାନ, ଟୁନା ଡନସନା, ପୁରନ୍ଦର ସାହୁ, ଜଗନ୍ନାଥ ଛତ୍ରିଆ, ବବିତା ପ୍ରଧାନ, ଦୁଷ୍ମନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚର୍ଦାପାଲି, ଲଖମରା, ସରେଇକେଲା, ବାଦିକଟା, ବୁକୁରାମୁଣ୍ତା, ଟେମରୀ, କୋଛଦାଦର, ମାଣ୍ତିଆଢିପା ଗ୍ରାମ ପଞ୍ଚାୟତ ମାନଙ୍କର ବିଜେପି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ । ଏହି ଆଠଟି ଗ୍ରାମ ପଞ୍ଚାୟତରୁ ନିର୍ବିବାଦରେ ନିର୍ବାଚିତ ହୋଇଥିବା ୨୫ଜଣ ୱାର୍ଡ ମେମ୍ବର ମାନଙ୍କୁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେପିରେ ଯୋଗଦେଇ ଥିବା ୮୦ ଜଣ ପ୍ରତିନିଧି ତରଣୀସେନ ସାହୁ, ନାଥ ବାରିକ, ସନ୍ତୋଷ ବାଗ, ମଧୁ ବରିହା, କିଶୋର ନାୟକ, କପୁରଚନ ବଗାର, ବୀର କିଶୋର ବରିହା, ସୀତାରାମ ଲୁହାର, ସନ୍ତୋଷ ଧରୁଆ, ହେମ ସାଗର ସାହୁ, ଦେବ ବାଟପାହାଡ, ରଥୁ ସାହୁ, ବିଜୟ ମିଶ୍ର, ନିରାମ ବରିହା, ସାଲେଗ୍ରାମ ବଙ୍କେସ, ଗଣ୍ତାରାମ ବରିହା ପ୍ରମୁଖ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.