oom

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ : ଅଂଶଗ୍ରହଣ କଲେ ୧୧୨୦ କ୍ରୀଡାବିଦ୍‌

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡଃ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ତଥା କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରି ପ୍ୟାରେଡରେ କ୍ରୀଡାବିତମାନଙ୍କଠାରୁ ଅଭିବାଦନ ଗ୍ରହଣ ପୂର୍ବକ କ୍ରୀଡା ଧ୍ୱଜ ଉତ୍ତୋଳନ ସହ ଉତ୍ସାହିତ କରିଥିଲେ । ମଂଚାସିନ ଥିଲେ ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, ଭାବଗ୍ରାହୀ ରଥ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ଉପସ୍ଥିତ ଥିଲେ । ରମାକାନ୍ତ ସେଠ, ଜୟରାମ ମିଶ୍ର, ସୁଧିର ପଣ୍ଡା ପ୍ରମୁଖ । ସମୁଦାୟ ୧୧୨୦ଜଣ ବିଭିନ୍ନ ବୟସ ବର୍ଗର କ୍ରୀଡାବିତ୍‌ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ପ୍ରତିଯୋଗିତା ଖୁବ୍‌ ରୋମାଞ୍ଚକ ହୋଇଥିଲା । ୧୫୦୦ ମିଟର ପୁରୁଷ ଦୌଡ ବର୍ଗରେ ଦିନେଶ ମାଝି, ୨୩ ବର୍ଷ ବର୍ଗର ବାଳକରେ ବିଶାଳ ଦଲାଇ, ବାଳକ ୨୦ରେ ରୋଶନ ହରପାଲ, ବାଳକ ୧୮ ବର୍ଷରେ କ୍ଷିତିରଂଜନ ମାଝି, ମହିଳା ଡିସ୍‌କସ ଥ୍ରୋରେ ସେବତି ଖର୍ସେଲ, ବାଳକ ୨୦ ସଟ୍‌ଫୁଟରେ ତାପସ ସାହୁ, ମହିଳା ୧୫୦୦ ମିଟର ମାଲତି ମହାଲିଙ୍ଗ, ବାଳିକା ୨୦ ବର୍ଷ ୧୫୦୦ ମିଟରରେ ରିମା ସୁନା, ବାଳିକା ୨୩ ବର୍ଷ ୧୫୦୦ ମିଟରରେ ଅଞ୍ଜଳି ମିର୍ଦ୍ଧା, ବାଳିକା ୧୮ ବର୍ଷ ୧୫୦୦ ମିଟରରେ ଗୀତାଞ୍ଜଳି ବାଗ, ବାଳିକ ୧୬ ବର୍ଷ ୮୦୦ ମିଟରରେ ନିତେଶ କୁମାର, ପୁରୁଷ ସଟ୍‌ଫୁଟ ଥ୍ରୋ ମହାଦେବ ସା, ପୁରୁଷ ୧୦୦ ମିଟରରେ ହେମନ୍ତ ସେଠ, ବାଳିକା ୧୬ ବର୍ଷ ୮୦୦ ମିଟରରେ ଛବିରାଣି ମାଝି, ବାଳକ ୧୮ ବର୍ଷ ଡିସକସ ଥ୍ରୋରେ ସୌମ୍ୟରଂଜନ ବିଶ୍ୱାଲ, ବାଳକ ୨୩ ବର୍ଷ ୧୦୦ ମିଟରରେ ସୁରେନ୍ଦ୍ର ମଲ୍ଲିକ, ବାଳିକ ୨୩ ବର୍ଷ ହାଇଜମ୍ପରେ ଆଲୋକ କୁମାର ସାହୁ, ବାଳିକା ୧୮ ବର୍ଷ ଜାଭଲିନ ଥ୍ରୋରେ ଶ୍ରଦ୍ଧା ପାଠକ, ବାଳିକ ୧୬ ବର୍ଷ ସଟ୍‌ଫୁଟରେ ସ୍ୱୟଂମ ସାହୁ, ବାଳିକ ୨୦ ବର୍ଷ ହାଇଜମ୍ପରେ ଓମ୍‌ ପ୍ରଧାନ, ବାଳିକା ୧୮ ବର୍ଷ ଡିସ୍‌କସ ଥ୍ରୋରେ ଶୃତି ସାହୁ, ବାଳିକା ୧୪ ବର୍ଷ ସଟ୍‌ଫୁଟ ଥ୍ରୋରେ ସ୍ପର୍ଶ କୁମାର ବରାଡ, ବାଳକ ୧୬ ବର୍ଷ ଲଙ୍ଗଜମ୍ପରେ ଅଂଶୁମାନ ସାହୁ, ବାଳିକା ୨୦ ବର୍ଷରେ ବବି ନାଗ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଥିଲେ ।

jittmm
Leave A Reply

Your email address will not be published.