jayashree

ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦାବୀ କଲା ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ଏହାକୁ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିବାକୁ ଓକିଲ ସଂଘ ନିଜର ଦାବୀ ଉପସ୍ଥାପନା କରିଛି । ଅତୀତରେ ଦାଶ କମିଶନ ରିପୋର୍ଟ ହେଉ ଅଥବା ବିକାଶ ସମ୍ବନ୍ଧୀୟ ଯେ କୌଣସି କମିଟି ହେଉ ତାର ରିପୋର୍ଟରେ ଉପଖଣ୍ଡର ବିକାଶ ଧାରା ବରଗଡ ଜିଲ୍ଲା ଅଧିନରେ ଥାଇ ଧିମେଇ ଯାଉଥିବା ଓ ଏହାର ଉପଯୁକ୍ତ ବିକାଶ ପାଇଁ ପଦ୍ମପୁର ଏକ ଜିଲ୍ଲା ଘୋଷଣାର ଯଥାର୍ଥତା ରଖେ ବୋଲି ପରି ପ୍ରକାଶ କରିଥିବାରୁ ଏହାକୁ ତୁରନ୍ତ ଏକ ଜିଲ୍ଲା ରୂପେ ଘୋଷଣା କରିବାକୁ ସଂଘ ସଭାପତି ଉମେଶ ଚନ୍ଦ୍ର ସାହୁ ଦାବୀ କରିଥିଲେ । ଉପଖଣ୍ଡର ଉପାନ୍ତ ଡଭା ଅଞ୍ଚଳ ଜିଲ୍ଲାସଦର ମହକୁମା ଠାରୁ ୧୨୦ କିଲୋମିଟରରୁ ଅଧିକ ଦୂରତାରେ ରହୁଥିବାରୁ ଉପଖଣ୍ଡବାସୀଙ୍କ ର୍ନ୍ୟାଯ୍ୟ ଆବଶ୍ୟକତା ଓ ଦାବୀ ସମୂହ ପରେ ମହକୁମାକୁ ପହଞ୍ଚିଲା ବେଳକୁ ବହୁ ବିଳମ୍ବ ଘଟି ତାର ପ୍ରାସଙ୍ଗିକତା ହରାଇଥାଏ । ବରଗଡ ଉପଖଣ୍ଡ ଓ ପଦ୍ମପୁର ଉପଖଣ୍ଡର ଆବଶ୍ୟକତା ଓ ସମସ୍ୟା ସଂପୂର୍ଣ୍ଣ ଆଲଗା ରହୁଥିବାରୁ ଉପଖଣ୍ଡର ସାମଗ୍ରିକ ବିକାଶ ହେତୁ ଜିଲ୍ଲା ଘୋଷଣା ହିଁ ଏକମାତ୍ର ପନ୍ଥା ବୋଲି ସମସ୍ୱରରେ ଉପସ୍ଥିତ ସଂଘର ସଦସ୍ୟମାନେ ଘୋଷଣା କରିଥିଲେ । ଆଜିର ସମ୍ମିଳନୀରେ ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ରାମ ରତନ ପୁରୋହିତ, ପ୍ରଦୀପ ଯୋଶୀ, ସୁଶାନ୍ତ ରଥ, ହିଦେନ୍ଦ୍ରୀୟ ବାରିକ, ମଳୟ ଦାଶ, ପ୍ରଶାନ୍ତ କୁମାର ମାଝୀ, ଶାନ୍ତନୁ ତ୍ରିପାଠୀ, ହରି ଶଙ୍କର ସିଂହ, କେଶବ ସାହୁ, ଚିନ୍ମୟ ପଣ୍ତା, ଦିଲ୍ଲୀପ ଦାନୀ, ସୁଶୀଲ ପ୍ରଧାନ, ରୋହିତ ଭୋଇ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.