centurian jitm

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ଦାୟିତ୍ୱରେ ଥିବା ସଚିବଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

nschool

ବାରିପଦା, (ଦେବସ୍ମିତ ଚୌଧୁରୀ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ଶାସନ ସଚିବ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ସକାଳେ କ୍ଷେତ୍ର ପରିଦର୍ଶନରେ ବିଭିନ୍ନ ସ୍ଥାନକୁ ଯାଇ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ସରକାରୀ ଯୋଜନାର ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଅଗ୍ରଗତି ଏବଂ ସମୀକ୍ଷା କରିଥିଲେ ।ଏହି କ୍ଷେତ୍ର ପରିଦର୍ଶନ କ୍ରମରେ ଶ୍ରୀ ବଶିଷ୍ଠ ପ୍ରଥମେ ମୋରଡା ବ୍ଲକ ଅଧିନସ୍ଥ କାନ୍ଦଣା ଠାରେ ଲୋକଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ସମ୍ୱନ୍ୱିତ ବହୁମୁଖୀ କୃଷି ଫାର୍ମିଙ୍ଗର କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ କାନ୍ଦଣା ଗ୍ରାମକୁ ଯାଇ ସେଠାକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହାପରେ ଚିକିଟାମାଟିଆ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରୀମାନଙ୍କ ସହିତ ଭାବବିନିମୟ କରିଥିଲେ । ସେଠାରୁ ନୁହାଝାଲିଆ ଜି ପି ଅନ୍ତର୍ଗତ ବଡ଼ଶୋଳ ପଲଟ୍ରି ଫାର୍ମକୁ ଗସ୍ତ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଏହାପରେ କୋଷ୍ଠା ସି ଏଚ ସି କୁ ଯାଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା /ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ ସରକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ, ଅନ୍ତୋଦ୍ୟୋୟ ଗୃହ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ, ନୂତନ ରାସନ କାର୍ଡର ଇ କେ ୱାଇ ସି ସ୍ଥିତି, ସୁଭଦ୍ରା ହିତାଧିକାରୀ, ଗ୍ରାମୀଣ ସ୍ୱଛତା, ସ୍ୱଚ୍ଛ ଭାରତ ମିଶନ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ଗ୍ରାମୀଣ ବିଦ୍ୟୁତ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁ ବନ୍ଧନ ଯୋଜନା , ଗୋକୁଳ ମିଶନ, ପି ଏମ ଶ୍ରୀ ବିଦ୍ୟାଳୟ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ଇତ୍ୟାଦି ବିଷୟରେ ସମୀକ୍ଷା କରି ସମସ୍ତ ଅଧିକାରୀ ମାନଙ୍କୁ ମିଶନ ମୋଡ଼ରେ ନିଜ ନିଜ ଦାୟିତ୍ୱ ତୁଲାଇ ନିଜ ନିଜ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ଏପିଡି ଶ୍ରୀ ଶାନ୍ତନୁ କୁମାର ନାୟକ ଯୋଗ ଦେଇଥିବା ବେଳେ ଓମ୍ବାଡସିର ଟିମ ଲିଡର ନିହାର କାନ୍ତ ସାହୁ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.