
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ଶବର ସଂଘ ଖପ୍ରାଖୋଲର ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ ଶବର ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଉପସଭାପତି ରବିଚନ୍ଦ୍ର ଝାଙ୍କର ସଭାପତିତ୍ୱ କରିଥିଲେ । ସର୍ବ ପ୍ରଥମେ ଶବର ସମାଜର ଇଷ୍ଟ ଦେବତା ପ୍ରଭୁ ଶବରିନାରାୟଣ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରାଯିବା ପରେ ସଂଘର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆ ଓ କେତେଜଣ ସଦସ୍ୟଙ୍କ ଇହଧାମ କରିଥିବାରୁ ତାଙ୍କର ଆତ୍ମାର ସଦଗତି ସକାଶେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ପୂର୍ବ ବିବରଣୀ ପଠନ କରାଯାଇ ଚଳିତ ଅଧିବେଶନର ସୂଚନା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ବିକଶିତ ଜାତି ଭଳି ଶବର ଜାତି ମଧ୍ୟ ତାଳ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହ ଇଚ୍ଛୁକ ଥିବା ଅବହେଳିତ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ପ୍ରଶ୍ୱାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ, ଓକିଲ, ଓ ଏସ୍, ଆଇଏସ୍ ଭଳି ପଦବୀ ପାଇଁ ଉପକୃତ ହେବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମାଜକୁ ଏକ ବଳିଷ୍ଟ, ଆର୍ଥନୈତିକ, ଶକ୍ତିଶାଳୀ କରିବାକୁ ହେଲେ ନିଶା ଠାରୁ ଦୂରେଇ ରହିବା ପାଇଁ ଆହ୍ୱାନ କରାଯାଇଥିଲା । କଳା ସଂସ୍କୃତି, ଦେବଦେବୀ ପୂଜା ପଦ୍ଧତି, ପରମ୍ପରା, ଗୁଡ଼ି ମନ୍ଦିରର ରକ୍ଷଣା ଭେକ୍ଷଣ ସହ ଉନ୍ନତି କରିବା, ହରିଶଙ୍କର ମନ୍ଦିରର ସାମୁହିକ ବିକାଶ ସହ ମନ୍ଦିରକୁ ସ୍ୱତନ୍ତ୍ର ଟ୍ରଷ୍ଟ ମାନ୍ୟତା ଦେବା । ହରିଶଙ୍କର ମନ୍ଦିର ପୁଝାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ ସହ ପୁଝାରୀ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ । ମାଲପଡା ଶେବାଶ୍ରମର ସାମୁହିକ ବିକାଶ କରାଯାଇ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତମାନର ରହିବା, ଖାଇବା ବ୍ୟବସ୍ଥା ସହ ଉନ୍ନତମାନର ମାନର ଡ଼ାଇନିଂ ହଲ, ଉନ୍ନତମାନର କମନ ରୁମ ଝିଅ ଓ ପୁଅ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ । ଶେବାଶ୍ରମରେ ସ୍ୱତନ୍ତ୍ର ସ୍ପୋର୍ଟସ ହଷ୍ଟେଲ ନିର୍ମାଣ କରାଯାଉ ବୋଲି ବୈଠକରେ ସର୍ବ ସମ୍ମୁଖରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସତ୍ୟନାରାୟଣ ଭୋଇ, ନବୀନ ଭୋଇ, ବସନ୍ତ ନାଗ, ବଳଦେବ ଭୋଇ, ପ୍ରଫୁଲ୍ଲ ତୁମୁନିଆ, ଚନ୍ଦ୍ର ମଣି ଶବର, ଆଶାରାମ ହାତୀଖୁଜିଆ, ଗିରିରାଜ ଭୋଇ ପ୍ରମୁଖ ଉଦବୋଧନ ଦେଇଥିଲେ । ବୈଠକରେ ଜିଲ୍ଲାର ଶତାଧିକ କର୍ମକର୍ତ୍ତା ଯୋଗଦେଇଥିବା ବେଳେ ସନ୍ତୋଷ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।