centurian jitm

କେନ୍ଦୁପତ୍ର ସାଜିଛି ଜୀବନ ଜିଇଁବାର ରାହା

ବରଗଡ, (ମୁନ୍ନା ସାହୁ) : ପ୍ରତିବର୍ଷ ଖରାମାସ ଆସିଲେ ବରଗଡ ଜିଲ୍ଲା ଘେଁସ୍ ରେଞ୍ଜ ଅଧିନସ୍ଥ ଝାଞ୍ଜ ପାହାଡ଼କୁ ଆଶା କରୁଥିବା ଗାଁ ଗୁଡିକରେ ଏବେ କେନ୍ଦୁପତ୍ର ସାଜିଛି ଜୀବନ ଜିଇଁବାର ରାହା । କେନ୍ଦୁପତ୍ରକୁ ରାଜ୍ୟ ସରକାର ଚଟା ପ୍ରତି ୧୬୦ ଟଙ୍କାରେ କିଣୁଥିବା ବେଳେ ତୋଳାଳୀ ମାନେ ବହୁ ଉତ୍ସାହ ସହ କେନ୍ଦୁପତ୍ର ତୋଳୁଛନ୍ତି । କେନ୍ଦୁପତ୍ର ତୋଳାଳୀଙ୍କୁ ସରକାରଙ୍କ ପକ୍ଷରୁ ଚଟା ପ୍ରତି ବୋନସ୍‌ ୪୦ ଟଙ୍କା, କଲେଜ ପାଠ ପଡୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କଲାର୍‌ସିପ୍‌ ୧୬ ହଜାର ଟଙ୍କା, ଝିଅ ବିବାହ କଲେ ୨୫ ହଜାର ଟଙ୍କା, ଜୀବନ ବୀମା ୨ ଲକ୍ଷ ଟଙ୍କା, ଜୋତା ଚପଲ, ଟୋପି, ପାଣି ବୋତଲ ଆଦି ତୋଳାଳୀଙ୍କୁ ଦିଆଯାଉଛି । ଯାହାଯୋଗୁଁ କେନ୍ଦୁପତ୍ର ତୋଳାଳୀମାନେ ଉପକୃତ ହେବା ସହ ଲାଭବାନ ହେଉଛନ୍ତି । ସେଥିପାଇଁ ତୋଳାଳୀମାନେ ଭୋର ସକାଳରୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଝାଞ୍ଜ ପାହାଡ଼କୁ ଯାଉଛନ୍ତି ଏବଂ ପତ୍ର ସଂଗ୍ରହ କରି ଘରକୁ ଆଣି ବିଡାବିଡା ବାନ୍ଧି ତାକୁ ଫଡି ଘରେ ବିକ୍ରି କରୁଛନ୍ତି । ଏହି କେନ୍ଦୁପତ୍ର ଯୋଗୁଁ ବହୁତ ପରିବାର ଲାଭବାନ ହେବା ସହ ଉପକୃତ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.