ls

ଓଡିଶା ଜୀବିକା ମିଶନ ତରଫରୁ ଦିନିକିଆ ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

sb

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ କବିଚନ୍ଦ୍ରପୁର ବନ ସୁରକ୍ଷା ସମିତି ଗୋଷ୍ଟୀ କେନ୍ଦ୍ର ଠାରେ ଓଡିଶା ଜୀବିକା ମିଶନ ସହାୟତାରେ ଦିନିକିଆ ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ମଦନପୁର ଓ ଅଲାତରା ପଞ୍ଚାୟତ ସ୍ତରୀୟ ମହାସଙ୍ଗ ଏମ୍‌ବିକେ, ସିଆର୍‌ପି, କୃଷିମିତ୍ର ମୋଟ ୧୭ ଜଣ କେଡର ମାନେ ଉପସ୍ଥିତ ରହି ମା’, ଶିଶୁ, କିଶୋରୀ ବାଳିକା ମାନେ ମୋ ଉପକାରୀ ବଗିଚାରୁ ଶକ୍ତି ପ୍ରଦାନକାରୀ, ରୋଗ ପ୍ରତିରୋଧକ ବୃଦ୍ଧିକାରୀ ଓ ଶରୀର ଗଠନକାରୀ ଖାଦ୍ୟ ପନିପରିବା ଭୋଜନ କରି କିପରି ସୁସ୍ଥ ଓ ନିରୋଗୀ ରହିବେ ସେ ଉପରେ ତାଲିମ ନେଇଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଲିଭିଂଫାର୍ମ ମ.ରାମପୁର ବ୍ଲକ ସଂଯୋଯକ ସତ୍ୟବ୍ରତ ପରିଡା ତାଲିମ ପ୍ରଦାନ କରିଥିବା ବେଳେ ମଦନପୁର ସିଇଓର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରା ଓ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଉପସ୍ଥିତ ରହି ଅପପୃଷ୍ଟି, ସୁସ୍ଥ ସମାଜ, ସୁନ୍ଦର ପରିବେଶ ଓ ବୃକ୍ଷ ରୋପଣ ଉପରେ ନାରୀ ମାନଙ୍କ ଭୂମିକା ବିଷୟରେ କହିଥିଲେ, ଏହି ତାଲିମ ଶିବିରକୁ ଅଲାତରା ଏମ୍‌ବିକେ ମମିତା ସାହୁ ସ୍ୱାଗତ କରିଥିବା ବେଳେ ସିଆର୍‌ପି ସୁଚିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.