om academy

ପ୍ରତ୍ୟେକ ରକ୍ଷକ ଜଣେ ଜଣେ ଜୀବନଦାତା ଅଟନ୍ତି

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଦେଓଗାଁଠାରେ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ଷକର ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦାସ ପ୍ରଭାସ କୁମାର ବାଘାଲାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସବ୍‌ଡିଭିଜନର ଉପଜିଲ୍ଲାପାଳ କୁମାର ନାରାୟଣ ଭୂଷଣ ଓ ସମ୍ମାନିତ ଅତିଥି ଭାବରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ, ଦେଓଗାଁ ଅତିରିକ୍ତ ଥାନା ଅଧିକାରୀ ଜଗତ୍‌ ଜୀବନ ସା, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଯୋଗଦାନ କରିଥିଲେ । ଜୀବନ ଏକ ଅମୂଲ୍ୟ ରତ୍ନ ଏବଂ ତାର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଅଟେ । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ରକ୍ଷକ ସେବା ମନୋବୃତ୍ତି ନେଇ ଡାକ୍ତରଙ୍କ ପାଖରେ ବା ଡାକ୍ତରଖାନାରେ ପହଞ୍ଚାଇ ଆଘାତପ୍ରାପ୍ତ ବ୍ୟକ୍ତି ଜୀବନ ବଞ୍ଚାଇଥାଏ । ତେଣୁ ଯଥାର୍ଥରେ ପ୍ରତ୍ୟେକ ରକ୍ଷକ ଜଣେ ଜଣେ ଜୀବନଦାତା ଅଟନ୍ତି ବୋଲି ଉପସ୍ଥିତ ଅତିଥିଗଣ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲେକ ସ୍ପର୍ଟ ନିକଟବର୍ତ୍ତୀ ଉଠା ଦୋକାନୀ, ଦୋକାନୀ ତଥା ସ୍ୱେଚ୍ଛାସେବୀମାନଙ୍କୁ ରକ୍ଷକ ତାଲିମଦାତାଗଣ ତାଲିମ ପ୍ରଦାନ କରିଥିଲେ । ତାଲିମଦାତା ଭାବରେ ପ୍ରଭାକର ଛନ୍ଦ, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବିରଞ୍ଚି ନାରାୟଣ ଦାସ, ମଦନ ମୋହନ ପ୍ରଧାନ, ଡ. ଦୈତାରୀ ପୁଝାରୀ, ରଶ୍ମିରାଣୀ ଦାଶ, ଦୁର୍ଯ୍ୟୋଧନ ପଶାୟତ, ରାମନାରାୟଣ ଦାଶ କାର୍ଯ୍ୟ ତୁଳାଇଥିଲେ । କାର୍ଯ୍ୟକ୍ରମରେ ପରିବହନ କାର୍ଯ୍ୟାଳୟର ସେକ୍ସନ ଅଫିସର କୁତାର୍ଥ ସେଲମା, ଜିଆରଏସ୍‌ ଶ୍ରୀକାନ୍ତ ନାଏକ, ଉମେଶ ବାଗ, ଜିତେନ୍ଦ୍ର ମନହିରା, ସୁମନ୍ତ ମଲ୍ଲିକ, ହଳଧର ନାଏକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ରକ୍ଷକ ତାଲିମଦାତା ଅରବିନ୍ଦ କୁମ୍ଭାର ପରିଚାଳନା କରିଥିବା ବେଳେ ଚଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.