ଦୀପକ ହତ୍ୟାକାରୀକୁ ନେଇ ଏକ ବଡ଼ ପ୍ରେସମିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳି ଯାଇଥିବା ମଦ ପାଉଚ ପାଇଁ ଜୀବନ ଗଲା । ମଦ ପାଉଚ ପାଇଁ କାଠ ଫାଳିଆରେ ପିଟି ପିଟି ସାଙ୍ଗକୁ ମାରି ଦେଲା ସାଙ୍ଗ । ଏଭଳି ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରିନ୍‌ ବଚନ୍‌ ଗ୍ରାମରେ ଘଟିଥିବା ବେଳେ ୨୪ ଘଣ୍ଟା ନ ପୂରୁଣୁ ବଲାଙ୍ଗିର ସଦର ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରିଛି । ହତ୍ୟାକାରୀ ଜଣକ ରିନ୍‌ ବଚନ ଗ୍ରାମର ଇଲୁ ବେହେରା ହୋଇଥିବା ବେଳେ ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ଦୀପକ ନାଏକ । ପୋଲିସ ଉକ୍ତ ଘଟଣାକୁ ତନାଘନା ତଦନ୍ତ କରି ୨୪ ଘଣ୍ଟା ଭିତରେ ହତ୍ୟାକାରୀକୁ ଗିରଫ କରିଥିବା ବେଳେ ସଦର ଥାନା ପରିସରରେ ହତ୍ୟାକାରୀକୁ ନେଇ ଏକ ବଡ଼ ପ୍ରେସମିଟ୍‌ କରିଥିଲା । ପ୍ରେସ୍‌ମିଟ୍‌ରେ ସଦର ଏସ୍‌ଡ଼ିପଓ ଯୋଗଦେଇ କହିଥିଲେ ଯେ, ମୃତ ଦୀପକ ଓ ହତ୍ୟାକାରୀ ଇଲୁ ଦୁହେଁ ଗୋଟିଏ ଜାଗାରେ କାମ କରୁଥିଲେ । କାମକରି ଫେରିଲା ପରେ ଦୁହେଁ ମଦ ପିଇଥିଲେ । ଆଉ ମଧ ପିଉ ପିଉ ବଳି ଯାଇଥିଲା ଗୋଟିଏ ମଦ । ସେହି ବଳି ଯାଇଥିବା ମଦକୁ ନେଇ ହିିଁ ଦୁହିିଁଙ୍କ ଭିତରରେ ବଚସା ଆରମ୍ଭ ହୋଇଥିଲା, ଏତିକି ବେଳେ ଇଲୁ ଘରକୁ ପଳେଇ ଆସି ଏକ କାଠ ଫାଳିଆ ନେଇକି ଯାଇଥିଲା । ସେତିକି ବେଳେ ଦୀପକ ମଦ ପିଇ ଘଟଣାସ୍ଥଳରେ ଶୋଇ ପଡ଼ିଥିବା ବେଳେ ଇଲୁ ଦୀପକଙ୍କୁ କାଠ ଫାଳିଆରେ ମାଡ଼ ନିର୍ଦ୍ଧୁମ ମାଡ଼ ମାରିଥିଲା । ଠିକ୍‌ ବେଳେ ଦୀପକର ଭାଇ ଆସିଯିବାରୁ ଇଲୁ କୁଆଡେ଼ ଫେରାର୍‌ ମାରିଥିଲା । ଦୀପକଙ୍କ ଭାଇ ତାଙ୍କୁ ଡାକ୍ତର ଖାନାକୁ ଆଣିଥିଲା ଓ ସେଠାରେ ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତର ସହ ତଦନ୍ତ କରି ହତ୍ୟାକାରୀକୁ ୨୪ ଘଣ୍ଟା ଭିତରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ସଦର ଏସ୍‌ଡ଼ିପିଓ ।

Leave A Reply

Your email address will not be published.