ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ : ସାଙ୍ଗ ନେଇଛି ସାଙ୍ଗର ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ବଡ଼ ଖବର, ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ, ସାଙ୍ଗ ନେଇଛି ସାଙ୍ଗର ଜୀବନ । ଏଭଳି ଏକ ଘଟଣା ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ନିର୍ବଚନ ଗ୍ରାମରେ ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ନିର୍ବଚନ ଗ୍ରାମର ଦୀପକ ନାଏକ (୨୫) । ଦୀପକ କାମ ସାରି ଘରକୁ ଆସିଥିଲେ, ପୁଣି ଯେତେବେଳେ ସେ ରିଚାର୍ଜ କରିବା ପାଇଁ ବାହାରି ଥିଲେ । ସାଙ୍ଗ ଇଲୁ ବେହେରାଙ୍କ ସହ ନିଟକସ୍ଥ ମଦ ଦୋକାନ ପାଖରେ ଦେଖା ହୋଇଥିଲା । ବାସ୍‌ ଏତିକି ବେଳେ କ’ଣ ହେଲା କେଜାଣି ଇଲୁ ବେହେରା ଦୀପକଙ୍କୁ ତଳେ ପକାଇ ଦେଇ ଠେଙ୍ଗା ସାହାଯ୍ୟରେ ମାଡ଼ ମାରିଥିଲା । ସେହି ସମୟରେ ଦୀପକଙ୍କ ସାନ ଭାଇ ଆସିବାରୁ ଇଲୁ ପଳେଇଯାଇଥିଲା । ପୋଲିସକୁ ଖବର ଦେଇ ସଙ୍ଗେ ସଙ୍ଗେ ଦୀପକଙ୍କୁ ମେଡ଼ିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଇଲୁଙ୍କ ସହ ୬ ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିବା ବେଳେ ମୃତ ଦୀପକଙ୍କ ପରିବାର ଲୋକେ ହତ୍ୟାକରୀଙ୍କୁ ଧରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.