centurian jitm

କାନ୍ଥ ପଡ଼ି ଚାଲିଗଲା ଝିଅର ଜୀବନ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ବଡ଼ରମ୍ଫାସ ଗାଁରେ ଅଘଟଣ । ସ୍କୁଲ ଯିବା ପାଇଁ ଖାଇ ବସିଥିବା ବେଳେ ଭାଙ୍ଗିପଡ଼ିଲା ମାଟି କାନ୍ଥ । ଯେଉଁଥିରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡ଼ରମ୍ଫାସ ଗାଁର ମହେଶ୍ୱର ସାହୁଙ୍କ ୮ବର୍ଷର ଝିଅ ସ୍ନେହଲତା ଓ ୫ବର୍ଷର ପୁଅ ସାଇ ପ୍ରସାଦ । ଉଭୟ ମଙ୍ଗଳବାର ସକାଳୁ ସକାଳୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହିକ୍ରମରେ ଉଭୟ ଘରେ ବସି ଖାଉଥିବା ସମୟରେ ହଠାତ୍‌ ମାଟି କାନ୍ଥଟି ସେମାନଙ୍କ ଉପରେ ଭୁଶୁଡ଼ି ପଡିଥିଲା । ଯାହାଫଳରେ ଭାଇ ଭଉଣୀ କାନ୍ଥ ତଳେ ଚାପି ହୋଇଯାଇଥିଲେ । ପରିବାର ଲୋକ ଏହା ଦେଖି ତୁରନ୍ତ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ୮ ବର୍ଷର ଝିଅ ସ୍ନେହଲତା ସାହୁକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ପୁଅ ସାଇପ୍ରସାଦ ସାହୁର ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.