ସଂକୀର୍ତ୍ତନରେ ଘଣ୍ଟ ପିଟୁଥିବା ବେଳେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭଗବାନଙ୍କୁ ସ୍ମରଣ କରି ହରିନାମ ଜପ କରୁ କରୁ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଟୁକୁରା ଗାଁରେ । ସୂଚନା ଅନୁସାରେ ଟୁକୁରା ଗାଁରେ ସିନ୍ଦୂରପୂର ଗୋପାଳଜି ମନ୍ଦିରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ନାମ ସଙ୍କୀର୍ତ୍ତନ କରୁଥିବା ସମୟରେ ତାଙ୍କ ଜୀବନ ଚାଲି ଯାଇଥିଲା । ପରେ ସ୍ଥାନୀୟ ଲୋକ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ସିନ୍ଦୂରପୂର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.