ନୂଆଦିଲ୍ଲୀ : ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦ୍ରୁତଗତିରେ ଆସୁଥିବା ଏକ କାର ଏକ ବାଇକକୁ ଧକ୍କା ଦେବା ପରେ ଗୋଟିଏ ପରିବାରର ତିନି ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ବାଇକ୍ରେ ଥିବା ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗ୍ରେଟର ନୋଏଡାର ବ୍ୟସ୍ତବହୁଳ କ୍ରସିଂ ପରୀ ଛକ ନିକଟରେ ମଧ୍ୟରାତ୍ରି ପରେ ଏହି ଘଟଣା ଘଟିଥିଲା । ଭଉଣୀମାନଙ୍କ ସହ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ସୁରେନ୍ଦ୍ର ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିଲେ । ପରୀ ଛକ ନିକଟରେ ସୁରେନ୍ଦ୍ର ନିୟନ୍ତ୍ରଣ ହରାଇ ଏକ ସ୍ପିଡ୍ ବ୍ରେକରକୁ ଧକ୍କା ଦେଇଥିଲେ । ସେହି ସମୟରେ ତାଙ୍କ ଗାଡ଼ିରେ ଭଉଣୀ ସାଇଲି, ଆନ୍ସୁ ଓ ତାଙ୍କର ଜଣେ ବନ୍ଧୁ ମଧ୍ୟ ଥିଲେ ।