ଆର୍‌ଡିଏକ୍ସ୍‌ ଡ୍ୟାନ୍ସଗ୍ରୁପ ସହ ନଭ୍ୟା ଜୟିତିଙ୍କ ସଙ୍ଗୀତ ନୃତ୍ୟରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଷ୍ଟାଡିୟମ୍ ପରିସରରେ ତିନିଦିନିଆ ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଆଞ୍ଚଳିକ ନୃତ୍ୟଦଳଙ୍କ ମଧ୍ୟରେ ପାରମ୍ପରିକ ଲୋକନୃତ୍ୟ ଯାହା ଛତ୍ରପୁର କଳା ବିକାଶ କେନ୍ଦ୍ର ପକ୍ଷରୁ ପରିବେଷିତ ହେଇଥିବା କୁମ୍ଭନୃତ୍ୟ ମେଗାମଞ୍ଚରେ ଦୁଲକି ଉଠିଥିଲା । ଏହା ସାଂଗକୁ ବ୍ରହ୍ମପୁରର ଓଡ଼ିଶୀ, କଠାପାଦନୃତ୍ୟ, ସମ୍ବଲପୁରୀ ଏବଂ ଜନ୍ତୁ ନୃତ୍ୟ, ଆଧୁନିକନୃତ୍ୟ ପରିବେଷଣରେ ଦର୍ଶକ ବିମୋହିତ ହୋଇଯାଇଥିଲେ । ମହୋତ୍ସବର ତୃତୀୟ ତଥା ଶେଷ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଆର୍‌ଡିଏକ୍ସ୍‌ ଡ୍ୟାନ୍ସଗ୍ରୁପର ନଭ୍ୟା ଜୟିତି ଓ ତାଙ୍କ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକ ଝୁମିଲେ । ଶ୍ରେଷ୍ଠ ଉଦ୍‌ଘୋଷିକା ସୁଶ୍ରୀ ପାଏଲଙ୍କ ସଂଯୋଜନା ଅଗଣିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତାରିକ୍ ଅଜିଜ୍, ସୁଶ୍ରୀ ଶିଳ୍ପୀ, ସତ୍ୟବାବୁଙ୍କ ନାଚରେ ଗୀତରେ ନାଚିନାଚି ଦର୍ଶକ ଝୁମିଲେ । ଶେଷ ଦିବସରେ ପ୍ରବଳ ଭିଡ଼ ପରିଲିଖିତ ହୋଇଥିଲା । ବିଳମ୍ବିତ ରାତ୍ରି ୧୧ ଘଣ୍ଟା ୪୦ମିନଟ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା । ଅଗଣିତ ଦର୍ଶକ ନୃତ୍ୟ ଗୀତରେ ନାଚିଲେ, ଝୁମିଲେ, ଖୁସିରେ ମତୁଆଲା ହୋଇଉଠିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଛତ୍ରପୁର ମହୋତ୍ସବ ବନାମ ପଲ୍ଲୀଶ୍ରୀ ମେଳାରେ ବହୁତ ଖୁସି ମନାଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନର ଶୃଙ୍ଖଳିତ ବ୍ୟବସ୍ଥାପନା ପାଇଁ ଛତ୍ରପୁରବାସୀ ଏବଂ ଅଗଣିତ ଦର୍ଶକ ପ୍ରଶାସନକୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.