ବିଖ୍ୟାତ ବଲିଉଡ଼୍‌ କଣ୍ଠଶିଳ୍ପୀ ଅରମାନ ମଲ୍ଲିକଙ୍କ ସଙ୍ଗୀତଧୂନ୍‌ରେ ଦର୍ଶକ ନାଚିଲେ ଓ ଝୁମିଲେ

• ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସାମାଗମ ବୋଲି ଆକଳନ କରିଛି ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳଭିଡ଼ / ଦଳାଚକଟା ଏବଂ ପରିସ୍ଥିତି ଅଣାୟତ ହୋଇଥିବାରୁ ପୋଲିସ ପକ୍ଷରୁ ଲାଠି ଚାଳନା ହୋଇଥିଲା । ଲକ୍ଷାଧିକ ଦର୍ଶକଙ୍କ ସହ ମେଗା ମହାମଞ୍ଚରୁ ଉଦ୍‌ଘୋଷକ, ଉଦ୍‌ଘୋଷିକାମାନଙ୍କର ପ୍ରଶ୍ନ, ପ୍ରତିଉତ୍ତର, କରତାଳି, ଉତ୍ସାହର ରୋଳରେ ବେଳାଭୂମିର ସାଗର ତଟଭୂମି କମ୍ଫି ଉଠିଥିଲା । ଉପସ୍ଥିତ ଜନସମୁଦ୍ରର ରୋଳରେ ତରଙ୍ଗରେ ଫାଟି ପଡ଼ିଲା । ୪ର୍ଥ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବିଖ୍ୟାତ ବଲିଉଡ଼୍‌ କଣ୍ଠଶିଳ୍ପୀ ଅରମାନ ମଲ୍ଲିକଙ୍କ ସଙ୍ଗୀତଧୂନ୍‌ରେ ଦର୍ଶକ ନାଚିଲେ ଓ ଝୁମିଲେ, ମେଗା ମଞ୍ଚରେ ଅରମାନଙ୍କ ଅଭିନୟରେ ଦର୍ଶକ ମହଲରେ କମ୍ପନ ସୃଷ୍ଟି ହୋଇଥିଲା । ଦର୍ଶକଗଣଙ୍କ ରଡ଼ିରେ ସମୁଦ୍ର ଗର୍ଜି ଉଠିଥିଲା ପରି ଲାଗିଥିଲା । ଶେଷ ସମୟ ବେଳକୁ ବିଭିନ୍ନ ଗ୍ୟାଲେରୀରେ ଜନତା ଧସି ପଶି ଆସିଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡିଥଲା । ସୁରକ୍ଷା ବାହିନୀକୁ ଅସ୍ତବ୍ୟସ୍ତ କରିଦେଇଥିଲା । ମିଡ଼ିଆ ଗ୍ୟାଲେରୀ, ଅତିଥିସତ୍କାର କକ୍ଷରେ ଧସି ପଶି ଆସିଥିବା ଦର୍ଶକଙ୍କୁ ପୋଲିସ ଲାଠି ଚାଳନା କରି ଘୋଉଡ଼ାଇବାକୁ ପଡ଼ିଥିଲା । ମୁଖ୍ୟ ଷ୍ଟେଜରେ ଆଞ୍ଚଳିକ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ବ୍ରହ୍ମପୁର ଅନୁଷ୍ଠାନର ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ ନୃତ୍ୟ, କ୍ଲାସିକାଲ ନୃତ୍ୟାଙ୍ଗନାଙ୍କ ଚିତାକର୍ଷକ ନୃତ୍ୟ ମଞ୍ଚସ୍ଥ ହୋଇଥିଲା ।

Leave A Reply

Your email address will not be published.

error: Content is protected !!