
ଉଦଳା : ମାତ୍ର ୩ ଫୁଟ ଉଚ୍ଚରେ ଥିବା ବାଉଁଶରୁ ଝୁଲନ୍ତା ଅବସ୍ଥାରେ ଦ୍ଵିତୀୟ ଶ୍ରେଣୀ ଛାତ୍ରଷର ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧୀନ ଏକ ଆଶ୍ରମ ବିଦ୍ୟାଳୟରେ । ମୃତ ଛାତ୍ରୀ ଜଣକ ହେଲେ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କାନ୍ଦରୀ ମଢେଇ । ସୂଚନା ଯୋଗ୍ୟ ଯେ, ରବିବାର ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବାକୁଯିବା ସମୟରେ କାନ୍ଦରୀଙ୍କ ସାଙ୍ଗ ବାହାରକୁ ପରିସ୍ରା କରିବା ନିମନ୍ତେ ଆସିଥିଲେ । ଏହି ସମୟରେ ସେ ବିଦ୍ୟାଳୟ ପଛରେ ୩ ଫୁଟ ଉଚ୍ଚରେ ଥିବା ବାଉଁଶରେ କାନ୍ଦରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏହା ଅନ୍ୟ ଛାତ୍ରୀମାନେ ଦେଖି ମେଟ୍ରୋନ ଏବଂ ଅନ୍ୟ ମାନଙ୍କୁ ଜଣାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ସେଠାରେ କାନ୍ଦରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।