ଡାଙ୍ଗବାହାଲ ଗ୍ରାମରେ ୯୩ତମ ଝୁଲଣ ରଥଯାତ୍ରା

ଗାଇସିଲାଟ, (ପୁସ୍ତମ ଯୁଆଡି): ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମରେ ଗତ ଶ୍ରାବଣ ମାସ୍ ଶୁକ୍ଲ ଦଶମୀ ଠାରୁ ଶ୍ରାବଣ ପୂର୍ଣିମା ପର୍ୟ୍ୟନ୍ତ ଷଷ୍ଠ ଦିନ ବ୍ୟାପୀ ୯୩ତମ ଝୁଲଣ ରଥଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୧୯୩୩ ମସିହାରୁ ଡାଙ୍ଗବାହାଲରେ ଝୁଲଣ ରଥଯାତ୍ରା ପ୍ରତି ବର୍ଷ ପାଳିତ ହେଉଛି । ଏହି ଯାତ୍ରାରେ ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତୀକୁ ପାରମ୍ପରିକ ଋତିନିତୀରେ ପୂଜା କଲାପରେ ନିୟମିତ ଶ୍ରଦ୍ଧାଳୁ ଭକ୍ତମାନେ ଝୁଲଣ ଗୀତମାନ ଗାଇ ରାଧାକୃଷ୍ଣଙ୍କୁ ଦୋଳିରେ ଝୁଲାଇଥାନ୍ତି,ପରେ ରଥାଋଢ଼ କରାଯାଇ ରଥ ଟଣା ଯାଇଥିଲା। ଗ୍ରାମର ଗୌନ୍ତିୟା ପ୍ରତାପ ଚଂଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ବ ତୁଲାଇ ଥିବା ବେଳେ ଗ୍ରାମର ପୁରୋହିତ ଉପେନ୍ଦ୍ର ପଣ୍ଡା ପୂଜକ ଦାୟିତ୍ବ ତୁଲାଇଥିଲେ । ଏଥିରେ ଡାଙ୍ଗବାହାଲ ଗ୍ରାମର ରଙ୍ଗୀନ ସଙ୍କୀର୍ତ୍ତନ ଦଳ ଓ ଢାଲ ନୃତ୍ୟ,ଟେଙ୍ଗେନାପାଲି,ଶରଧାପାଲ,ଭଟିଗାଁ ଦୁବଲାବାହାଲ୍ ଗ୍ରାମର ମହିଳା ଉଦଣ୍ଡ ସଂକୀର୍ତ୍ତନ୍ୟ ଦଳ ଓ ଝୁନୁଗାପାଲି,ବଲାଙ୍ଗିର ରେଙ୍ଗାଲି ଗ୍ରାମର ବାହାକ ସଚ୍ଚିଦାନନ୍ଦ ଭୋଇ,ନିରୋଜ୍ ସାହୁ ଗାହାକ୍ ନରେନ୍ଦ୍ର ସାହୁ ଓ ସାଥି ଉଦଣ୍ଡ ସଙ୍କୀର୍ତ୍ତନ୍ୟ ପରିବେଷଣ କରିଥିଲେ। ଗ୍ରାମବାସୀ ତଥା ବଦାନ୍ୟ ବ୍ୟକ୍ତି,ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସହଯୋଗରେ ସମସ୍ତଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା ଏହି ରଥଯାତ୍ରାରେ ଗାଇସିଲାଟ୍ ଅଂଚଳର ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ରାଧାକୃଷ୍ଣଙ୍କ ଚରଣାଶ୍ରିତ ହୋଇଥିଲେ।

jittmm
Leave A Reply

Your email address will not be published.