ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଶନିବାର ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ପାଚଂ ଦିନ ଧରି ଚାଲିବ ଏବଂ ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦରେ ଝୁଲଣ ଯାତ୍ର୍ରା ଶେଷ ହେବ । ପ୍ରତ୍ୟେକ ଦିନ ଠାକୁରଙ୍କ ସଂଧ୍ୟା ଆଳତି ଓ କର୍ପୁୁର ଆଳତି ପରେ ଚାମର ଆଲଟ, ମସାଲ, ଘଟଂଘଟାଂ, ମୃଦଙ୍ଗ, ବିଜେ କାହାଳୀ, ହୁଳହୁଳି, ଶଙ୍ଖଧ୍ୱନୀ ଆଦି ବଜାଯାଇ ପଟୁଆରରେ ଶହଶହ ଭକ୍ତଙ୍କ ଗହଣରେ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ସେଠାରେ ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ଆସ୍ଥାନ କରାଇ ପାଟଡୋର ସାହାର୍ଯ୍ୟରେ ଝୁଲା ଯାଇଥିଲା । ପ୍ରତ୍ୟହ ସଂଧ୍ୟାରେ ମଠ ପକ୍ଷ୍ୟରୁ ଭଜନ, ସଂର୍କିତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଏ । ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ ଭକ୍ତ, ଶ୍ରଦ୍ଧାଳୁଙ୍କ ସମେତ ବହୁସଂଖ୍ୟାରେ ଅଚଂଳବାସୀଙ୍କ ସମାଗମ ହୋଇଥାଏ । ସେହିପରି ବେନୁପଡା ମଠ, ଯୋରକଣୀ ମହାବୀର ମନ୍ଦିର ପରିସରରେ ଝୁଲଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।