ଡେଲାଙ୍ଗରେ ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ କୋଭିଡ କଟକଣା ମାନି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇ ରବିବାର ଦିନ ଶେଷ ହୋଇଯାଇଛି । ଏହା ପାଚଂ ଦିନ ଧରି ଚାଲିଥିଲା ଏବଂ ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦରେ ଝୁଲଣ ଯାତ୍ରା ଶେଷ ହୋଇଥାଏ । ପ୍ରତେକ ଦିନ ଠାକୁରଙ୍କ ସଂଧ୍ୟା ଆଳତି ଓ କର୍ପୁୁର ଆଳତି ପରେ ମସଲା, ଘଟଂଘଟାଂ, ମୃଦଙ୍ଗ, ବିଜେ କାହାଳୀ, ହୁଳହୁଳି, ଶଙ୍ଖଧ୍ୱନୀ ଆଦି ବଜାଯାଇ ପଟୁଆରରେ ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ଗହଣରେ ଝୁଲଣ ମଣ୍ଡପକୁ ବିଜେ କରାଯାଇ ଠାକୁରଙ୍କ ପୂଜାର୍ଚ୍ଚନା ନିତିକାନ୍ତି କରାଯାଇଥିଲା । ତା’ପରେ ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ଆସ୍ଥାନ କରାଇ ପାଟଡୋର ସାହାର୍ଯ୍ୟରେ ଝୁଲା ଯାଇଥିଲା । ସମସ୍ତ କୋଭିଡ କଟକଣା ପାଳନ କରି ପ୍ରତ୍ୟହ ସଂଧ୍ୟାରେ ମଠ ପକ୍ଷ୍ୟରୁ ଭଜନ, ସଂର୍କିତନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ପ୍ରତେକ ଦିନ ସଂଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.