ଗୌଡମାଲ ଗ୍ରାମରେ ୭୮ତମ ଝୁଲଣ ଯାତ୍ରା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୌଡ଼ମାଳ ଗ୍ରାମରେ ୭୮ ବର୍ଷ ହେବ ଝୁଲଣ ଯାତ୍ରା ପାଳିତ ହୋଇଆସୁଛି । ଗୌଡମାଲ ଗ୍ରାମରେ ବିଗତ ବହୁବର୍ଷ ପୂର୍ବେ ଗାଈ ଗୋରୁଙ୍କୁ ବିଭିନ୍ନ ମହାମାରୀର ରୋଗରେ ଆକ୍ରାନ୍ତ ହେଉଥିଲେ । ସେଥିପାଇଁ ଗାଈ ଗୋରୁଙ୍କ ସୁରକ୍ଷା ପାଇଁ ମନ୍ଦିର‌ ପୂଜକ ସଂକଳ୍ପ କରିଥିଲେ ଯେ, ଶ୍ରାବଣ ମାସ‌ର ତୃୟୋଦଶୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନ ପ୍ରଭୁ ରାଧାକୃଷ୍ଣଙ୍କ ୨୪ ପ୍ରହରୀ ଅଖଣ୍ଡ ଦୀପ ଜାଳି ତିନି ଦିନ ଧରି ସଂଚାର ପରିବେଷଣ କରାଯାଇଥାଏ । ବଲଭଦ୍ରଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ । ରଥ ଦୋଳିରେ ଝୁଲଣ କରି ମହାପ୍ରଭୁ‌ ରାଧାକୃଷ୍ଣଙ୍କୁ ସମଗ୍ର ଗୌଡମାଲ ଗ୍ରାମ ପରିକ୍ରମା କରିଥିଲେ । ବାଦ୍ୟ ନୃତ୍ୟ ହରିବୋଲ ହୁଳହୋଳିରେ ସମଗ୍ର ଗ୍ରାମ ମୁଖରିତ ହେଉଥିଲା । ଚଳିତ ବର୍ଷ ୭୮ ବର୍ଷ ପୁରଣ ହୋଇଥିବାରୁ, ସଂଚାର କଳାକାର ‌ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଞ୍ଚାର କଳାକାର ଦ୍ଵୟ ହେଲେ ଅଲେଖ ସାହୁ ଓ ବାସୁଦେବ ପ୍ରସାୟତ । ଅଲେଖ ସାହୁଙ୍କୁ ବର୍ତ୍ତମାନ ୮୪ ବର୍ଷରେ ମଧ୍ୟ ସଞ୍ଚାର ପରିବେଶଣ କରି ଦର୍ଶକ ମାନଙ୍କୁ ମନମୁଗ୍ଧ କରୁଛନ୍ତି । ସେ ଗୌଡମାଲ ଗ୍ରାମକୁ ନିଜ ଗ୍ରାମ ବଲିଭାବନ୍ତି ଓ ସଞ୍ଚାର ପରିବେଶଣ କରି ବହୁ ଆନନ୍ଦ ଲାଗିଥାଏ ବୋଲି ପ୍ରକାଶ କରିଛନ୍ତି । ଗ୍ରାମ ପରିଚାଳନା କମିଟିରୁ ପଦ୍ମନରଣା, ଧନଞ୍ଜୟ ପ୍ରଧାନ, ଅଶୋକ ପ୍ରଧାନ, ପ୍ରମୋଦ ପ୍ରଧାନ, ରସାନନ୍ଦ ପ୍ରଧାନ, ସ୍ଵଦେସ ପ୍ରଧାନ, ବସନ୍ତ ବାଗ, ନାରାୟଣ ମେହେର, ମଦନ, ରବିଲାଲ, ଜେହେରୁ, ତ୍ରୀନାଥ, ହୃଷୀକେଶ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ଝୁଲଣ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ‌ରୁ ବହୁ ଜନସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.