jayashree

ସଂଗମ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗନ୍ନାଥ ସଂସ୍କୃତି କହେ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ଝୁଲଣ ପର୍ବ ଏକ ପାରମ୍ପରିକ ନୀତିକୁ ଯୁଗ ସହିତ ଯୁଗର ବନ୍ଧନକୁ ସୁଚାଇଥାଏ । ଯୁଗ ଚାରି, ହେଲେ ମାଲିକ୍ ଏକ । ଯୋରକଣୀ ଏଭଳି ଏକ ଗ୍ରାମ ଯେଉଁଠାରେ, ଦୁଇଟି ଜିଲ୍ଲା, ତିନୋଟି ନିର୍ବାଚନ ମଣ୍ଡଳୀ ତିନୋଟି ବ୍ଳକ୍ , ତିନୋଟି ଥାନା, ତିନୋଟି ପଞ୍ଚାୟତ ଏବଂ ପବିତ୍ର ଦୟାନଦୀ ଏବଂ ରାଜୁଆ ନଦୀର ସଂଗମ ସ୍ଥଳ । ରାଜାଧିରାଜ କାଳିଆ ସାଆନ୍ତଙ୍କର ବିଜେସ୍ଥଳୀ ଏହି ଯୋରକଣୀ ଗ୍ରାମରେ । ତେଣୁ ଏହାର ନାମ ହେଲା ସଂଗମ ଶ୍ରୀକ୍ଷେତ୍ର । ଜଗନ୍ନାଥ ଧାମ, ପୁରୀକୁ ଅନୁକରଣପୂର୍ବକ କେତେକ ରୀତି ନୀତି ଏଠାରେ ପାଳନ କରାଯାଏ । ଝୁଲଣ ପର୍ବ ନିଦ୍ଧିଷ୍ଟ ଦିନଠାରୁ ଆରମ୍ଭ ହୋଇ ଶେଷ ହେଲା ପର୍ଯ୍ୟନ୍ତ ନିରାଡମ୍ବରରେ ପାଳନ କରାଯାଏ । ଜଗନ୍ନାଥଙ୍କର ସେବାରେ ନିୟୋଜିତ ପୂଜକ ବିଶ୍ଵଜିତ ମିଶ୍ରଙ୍କ କହିବା ଅନୁସାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ଶ୍ରୀଦେବୀ, ଭୂ ଦେବୀ, ନୀଳମାଧବ ବିଦ୍ୟମାନ । ଝୁଲଣାପର୍ବରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା, ମଦନମୋହନ ସଙ୍ଗରେ ପ୍ରାଣପ୍ରିୟା ପତ୍ନୀଙ୍କ ସହିତ ସୁବେଶ ପରିପାଟି ତଥା ରଂଗ ବେରଂଗରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ଉପବେଶନ ହୋଇ ଦୋଳିରେ ଝୁଲିଥାନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ତତ୍ୱାବଧାରକଙ୍କ ତତ୍ୱାବଧାନରେ ପରିବେଶଣ କରାଯାଇଥାଏ । ଧନ୍ୟ ତୁମେ କାଳିଆ ସାଆନ୍ତ । ଧନ୍ୟ ତୁମ ଲୀଳାଖେଳା । ତୁମରି ମନ୍ଦିର ସନ୍ନିକଟ । ମା’ ଲକ୍ଷ୍ମୀ ମନ୍ଦିର । ଆଉ ଯୁଗେ ଯୁଗେ ତୁମର ପରମ ଭକ୍ତ, ପରମ ସେବକ, ମହାବୀର ମନ୍ଦିର ବିଦ୍ୟମାନ । ତୁମକୁ ଖୁବ୍ ନିକଟରେ ପାଇ, କେବଳ ଯୋରକଣୀ ବାସୀ ନୁହଁନ୍ତି । ଆଖପାଖ ସମସ୍ତ ଅଞ୍ଚଳବାସୀ ଆମେ ଧନ୍ୟ ହୋଇଛୁ ବୋଲି କୁହାଯାଇଛି ।

Leave A Reply

Your email address will not be published.