ଆମ୍ବପଡାରେ ଆମ୍ବ ବୁରେଇରୁ ମିଳିଲା ଝୁଲନ୍ତା ମୃତ ଦେହ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଆମପଡା ସ୍ଥିତ ଆମ୍ବ ବୁରେଇ ଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧର ହୋଇଛି । ମୃତ ବ୍ୟକ୍ତି ଜଣକ ଆମପଡାର ସୂର୍ଯ୍ୟନାରାୟଣ ପଣ୍ଡା ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଆମ୍ୱ ବୁରେଇ ଠାରେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ତାଙ୍କ ବେକରେ ଏକ ଗାମୁଛା ବନ୍ଧ। ହୋଇଥିବା ବେଳେ ସେ ଆଣ୍ଠୁ ମାଡ଼ି ଝୁଲି ପଡ଼ିଥିବା ଅବସ୍ଥାରେ ତାଙ୍ଙ୍କ ମୃତଦେହ ରହିଥିଲା । ତାଙ୍କ ପୁଅ ଆଶିଷ ପଣ୍ଡାଙ୍କ କହିବା ଅନୁସାରେ ସେ ଅନେକ ସମୟରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିଲେ । ଗତ କାଲି ଠାରୁ ସେ ଘରୁ ବାହାରିଥିଲେ । ତେବେ ଆଜି ଭୋର ସକାଳେ ସ୍ଥାନୀୟ କିଛି ମହିଳା ତାଙ୍କୁ ଆମ୍ବ ବୁରେଇରେ ଦେଖିଥିଲେ ବୋଲି କହିଥିଲେ। ତେବେ ସୂର୍ଯ୍ୟନାରାୟଣ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।