jayashree

ରୋଜାଲିନ ବୁଦ୍ଧିଆଙ୍କୁ ମିଳିଲା ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କର୍ଲାପିଟା ଗାଁର ଆଦର୍ଶ ଗୃହିଣୀ ଶ୍ରୀମତୀ ରୋଜାଲିନ ବୁଦ୍ଧିଆଙ୍କୁ ପବିତ୍ର ନବବର୍ଷ ଉପଲକ୍ଷେ ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରକାଶ ଥାଉକି ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ମାର୍ଗଶିର ମାସ ୬ଟି ଗୁରୁବାର ସେର ପାଳିରେ ମାଆମାନେ ପକାଉଥିବା ଗୁରୁବାର ସେର ଝୋଟିକୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଚାରକ ଭାବରେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଚିତ୍ରଶିଳ୍ପୀ କେଶୁ ଦାସ, ନାଇଜେରିଆର ବରିଷ୍ଠ ସମାଜସେବୀ ସାଇରିଆକସ କୁଡୁରୁ, ନାଇଜେରିଆ ଇମୋ ଷ୍ଟେଟ ୟୁନିଭରସିଟିର ଫ୍ରେଞ୍ଚ ଭାଷାର ଅଧ୍ୟାପକ ଡ଼ଃ ଚିଡି ଲେଜେଓମା, ନେପାଳ ଦେଶର ବରିଷ୍ଠ ଲେଖକ ତଥା ଶିକ୍ଷାବିତ ରାମେଶ୍ୱର ଯାଦବ, ତାଞ୍ଜାନିଆର ଡିରାମାକିନି ବିଜନେସ ଲିମିଟେଡ଼ର ପରିଚାଳନା ନିର୍ଦେଶକ ଗଡ଼ଫ୍ରେୟ ଇସ୍ମାଏଲ୍ୟ ନଙ୍କୋ, କେନିଆର ଡାଗା ଫାଇଣ୍ଡର ଏଣ୍ଟରପ୍ରାଇଜେର୍ସର ନିର୍ଦେଶକ ଦାଭିଡ଼ ଗାଚୁହି, ବାଂଲାଦେଶର ସ୍ୟାଲହେଟ ଡିଭିଜନର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ହାଜ୍ଜେ କେଶ ଚ୍ୟା, ନାଇଜେରିଆ ଆନସା ଷ୍ଟ୍ରିଟୱାଇଜ ମିଡ଼ିଆ ଆଣ୍ଡ ଡିଜିଟାଲ ଲିମିଟେଡ଼ର ମୁଖ୍ୟ ପରିଚାଳନା ସମ୍ପାଦିକା ଆଁକେଲ ବାବ୍ସ ଓଲୁୱାଟୋୟିନ ଗ୍ରେସ, ସାଉଥ ଆଫ୍ରିକା କେଜେଡଏନ ନାମୁହ୍ଲା କମ୍ୟୁନିଟି ନ୍ୟୁଜପେପରର ପବ୍ଲିସିଂ ଏଡିଟର ସେହେଇଲା ମହଲୋଂଗ, ସିରିଆ ଦେଶର ଆରବିକ ଭାଷାର ବର୍ଷିଆନ ଶିକ୍ଷାବିତ ଆନସ୍, ପାରାଗୁଏ ଦେଶର ବର୍ଷିଆନ ସମାଜସେବୀ ସେଭେରିଆନୋ ଏସକ୍ଵିଭେଲ ଗାଭିଲାନ, ଫିଲିପାଇନ୍ସର ବରିଷ୍ଠ ଗବେଷକ ଡ଼ଃ ନ୍ଵାଙ୍କୋ ଟୋନି ନ୍ଵାଏଜେଇଗୁଏ, ଆଫଗାନିସ୍ଥାନର ଯୁବ ଚିକିତ୍ସକ ଡା. ସାୟେଦ ନ୍ଵାକିବୁଲ୍ଲାହ ଆଦି ବିଭିନ୍ନ ଦେଶର ବିଚାରକ ମାନେ ଯୋଗଦାନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସୂଚନା ଅନୁଯାୟୀ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାର ଏହା ହେଉଛି ଏକ ମାଧ୍ୟମ । ଏଥିରେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମାଆ ମାନେ ଭାଗ ନେଇଥିଲେ । ଝୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ ୫୭୩୩ଟି ଗୁରୁବାର ସେର ଝୋଟି ମଧ୍ୟରୁ ରୋଜାଲିନଙ୍କର ଝୋଟିଟି ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଫାଉଣ୍ଡେସନ ପକ୍ଷରୁ ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ରୋଜାଲିନଙ୍କର ଏହି ସମ୍ମାନ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳାଇ ଦେବା ସହ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.