oom

ଝାଙ୍କ୍ରିପାଲି ଧନୁଯାତ୍ରା ମହୋତ୍ସବ : ବଡ ସାନଙ୍କ ଘୁଡୁକା ନାଚରେ ଦୁଲୁକିଲା ମଞ୍ଚ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଝାକ୍ରିପାଲି ଗ୍ରାମରେ ଦ୍ଵିତୀୟ ବର୍ଷ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥିବା ଚତୁର୍ଥ ରଜନୀରେ କଂସଙ୍କ ଦିଗ୍‌ବିଜୟ, ଶ୍ରୀକୃଷ୍ଣ ଜନ୍ମ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅତିଥି ରୂପେ ଯୋଗଦେଇ ଥିଲେ, ବିଧାୟକଙ୍କୁ ବାଦ୍ୟର ତାଳେ ତାଳେ କଂସର ଅନୁଚର ମଞ୍ଚକୁ ପାଛୋଟି ଆଣିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟା ସଞ୍ଜକ୍ତା ମେହେର, ଘୁନସର ସରପଞ୍ଚ ଅନୁଶୟା ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ସ୍ୱନାମଧନ୍ୟ କଳାକାର ବଡ଼ ସାନଙ୍କ ଘୁଡ଼ୁକା ନାଚ ପରିବେଷିତ ହୋଇଥିବା ବେଳେ ମଞ୍ଚ ଦୁଲୁକି ଥିଲା । ଏହି ଅବସରରେ ଧନୁଯାତ୍ରା କମିଟି ସଭାପତି ଜଳଧର ତାଣ୍ଡି, ସମ୍ପାଦକ ଡୋଳା ମଣୀ ସାହୁ, କାଯ୍ୟକାରୀ ସଭାପତି ଜ୍ୟୋତିଷ ସାହୁ, ଉପ ସଭାପତି ଦୟାନିଧି ମାଝୀ, କିଶୋର ସାହୁ, ରବୀନ୍ଦ୍ର ଗଡତ୍ୟା, ସୁନିଲ ନନ୍ଦ, ଗଣେଶ ସାହୁ, ପ୍ରଶାନ୍ତ ଗଡତ୍ୟା, ଅନାଦି ବାଗ, ପଞ୍ଚାନନ ପ୍ରଧାନ, ଡଗର ଗଡତ୍ୟା , ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.