oom

ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଝଙ୍କାର ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବଲିଢିପା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଝଙ୍କାର ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ ମୁଖ୍ୟବକ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପର୍ଶୁରାମ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ପ୍ରଥମେ ଅଞ୍ଚଳର ପ୍ରତିଷ୍ଠିତ ନୃସିଂହଠାକୁରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଜୟ ଦାନୀ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଷୀରସାଗର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅସିତ ମିର୍ଦ୍ଧାଙ୍କ ସଂଯୋଜନାରେ ପୁରସ୍କାର ବିତରଣ କରାଯାଇଥିଲା । ବାଳିକା ବିଭାଗରେ ତନିଷା ଗର୍ଗ ଓ ବାଳକ ବିଭାଗରେ ସ୍ମିତା ପରିମିତ ପ୍ରଧାନଙ୍କୁ ଚଳିତ ବର୍ଷରେ ଶ୍ରେଷ୍ଠ ବାଳିକା ଓ ବାଳକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ‘ମତେ ବୁଦ୍ଧରାଶ୍ରମ ମନା’ ଏକାଙ୍କିକା ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.