ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସରେ ମା’ ଭୈରବୀଙ୍କ ଝାମୁଯାତ୍ରା ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରିପଡ଼ାଠାରେ ତିନି ବର୍ଷ ଧରି ଚାଲି ଆସୁଛି । ଚଳିତ ବର୍ଷ ମଧ୍ୟ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ଦେବୀ ଲାଗିବା ପରେ ଘରୁ ମନ୍ଦିର ନିକଟକୁ ବାଦ୍ୟର ତାଳେ ତାଳେ ବାହାରି ଭୈରବୀ ମନ୍ଦୀରକୁ ଯାଇଥାନ୍ତି । ସେଠାରେ ପୂଜାର୍ଚ୍ଚନା କରି ଦେବୀଙ୍କୁ ଫୁଲମାଳ, ଦହନା ମାଳ ଦେଇ ପୂଜା କରିବା ପରେ ମା’ଙ୍କୁ ତିନୋଟି ବୋଦା ବଳି ଦିଆଯାଇଥିଲା । ଏହାପରେ ଦେବୀ ନିଆଁ ଅଙ୍ଗରା ଉପରେ ଏପଟରୁ ସେପଟକୁ ଚାଲିଥିଲେ । ଏହା ଦେଖିବା ପାଇଁ ମା’ ଭୈରବୀଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । କଣ୍ଟା ଦୋଳିରେ ମଧ୍ୟ ଦେବୀ ଝୁଲିଥାନ୍ତି । ଏହି ଝାମୁଯାତ୍ରା ଦେଖିବା ପାଇଁ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ରୁଣ୍ଡ ହୁଅନ୍ତି । ଏହି ଝାମୁଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମା’ ଭୈରବୀ ଦେବୀ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।