ବଣାଇ : ଝାଡ଼ଖଣ୍ଡର କରମପଦା ରେଲୱେ ଷ୍ଟେସନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି । ସେପଟେ ଓଡ଼ିଶାର କେ.ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକ୍ରେ ଆଇଇଡି ବିସ୍ଫୋରଣ ହୋଇଛି । ରବିବାର ଆଇଇଡି ବିସ୍ଫୋରଣ ପରେ ବିମଲାଗଡ଼ ସେକ୍ସନ ରେଲୱେ ଲାଇନ୍ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦଥିଲା । ଏହା ଫଳରେ ଓଡ଼ିଶା-ଝାଡ଼ଖଣ୍ଡ ସୀମା ରେଲୱେ ଟ୍ରାକ୍ ହାଇ ଆଲର୍ଟରେ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।