oom

ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ବ୍ୟାପିଲା ଝାଡା ବାନ୍ତି : ୧୭ ଜଣଙ୍କୁ ପଦ୍ମପୁର ସ୍ଥାନାନ୍ତରିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୁଆପାଲି ଗ୍ରାମରେ ପ୍ରାୟ ୭୦ ଜଣ ଝାଡା ବାନ୍ତି ରୋଗରେ ପଡିଛନ୍ତି । ଝାଡା ବାନ୍ତି ଅଣାୟତ୍ତ ହେବାରୁ ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ପ୍ରକାଶ ଥାଉକି ଶୁକ୍ରବାର ଅପରାହ୍ନରେ କୁଆପାଲି ଗ୍ରାମର ଜନୈକ ବୟସ୍କା । ବୃଦ୍ଧାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦିନ ଗଙ୍ଗା ଶ୍ରାଦ୍ଧ ଭୋଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜି ଖାଇଥିଲେ । ହେଲେ ସନ୍ଧ୍ୟା ସମୟରୁ କେତେକ ଲୋକଙ୍କୁ ଝାଡା ବାନ୍ତି ଆରମ୍ଭ ହୋଇଥିଲା । ଖବରପାଇଁ (ଆର୍‌ବିଏସ୍‌କେ)ଡ଼ା ସୁଦୀପ୍ତ ସାହୁ, (ସିଏଚଓ) ରଶ୍ମିତା, ANM ଖୁଦେଶ୍ୱରୀ ପଧାନ ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବନ୍‌ଛୋର ପ୍ରମୁଖ କର୍ମଚାରୀମାନେ କୁଆପାଲି ଗାଁକୁ ଯାଇ ଆଶାକର୍ମୀ କନକଲତା ବରିହା, ଅଙ୍ଗନବାଡି କର୍ମୀ ସବିତା ସିଦାର ପ୍ରମୁଖଙ୍କ ସହ ଗାଁରେ ଘର ଘର ଯାଇ ଚିକିତ୍ସା ଆରମ୍ଭ କରିଥିଲେ । ରାତ୍ରରେ ବେଶୀ ରୋଗୀ ହେବାରୁ ୧୭ ଜଣଙ୍କୁ ପଦ୍ମପୁର ଚିକିତ୍ସା ପାଇଁ ପଠାଯାଇଥିଲା । ଶନିବାର ସକାଳେ ସିଡ଼ିଏମଓ ଡ଼ା କୁବେର ଚନ୍ଦ୍ର ମହନ୍ତ, ଡ଼ା ଶୁଭ୍ରପ୍ରକାଶ ସେନାପତି, ଡ଼ା ସତୀଶ ନାୟକ, ଡ଼ା ଆଲିଶା ପ୍ରଧାନ ଡ଼ା ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ ସମସ୍ତେ ମିଶି ଘର ଘର ଯାଇ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଥିଲେ, ଏଥିସହ ଗରମ ପାଣି ପିଇବା, ହେ୍ଲୋଜିଂ ବାଟିକାକୁ ପାଣିରେ ପକାଇବା, ବାସି ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛୁ ବୋଲି ସିଡିଏମଓ ଡ଼ା ମହନ୍ତ, ଡାକ୍ତର ସୁଦୀପ୍ତ ସାହୁ, ପିଏଚଇଓ ଦୀପା ସାହୁ ପ୍ରମୁଖଙ୍କୁ ପଚାରିବାରୁ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ଆହୁରି ମଧ୍ୟ୍ୟ ଏହି ଭୋଜିକୁ ଡୁଙ୍ଗୁରିପାଲି, ଭଗତପୁର, ଓ ବନମାଳ ଗ୍ରାମର କେତେକ ବନ୍ଧୁମାନେ ଗଙ୍ଗା ଭୋଜି ଖାଇବାକୁ ଆସିଥିଲେ ସେଥିମଧ୍ୟରୁ ତିନୋଟି ଗ୍ରାମରେ ମଧ୍ୟ୍ୟ ତିନିଜଣ ଲେଖାଏଁ ଅସୁସ୍ଥ ଥିଲେ । ଏହି ଗ୍ରାମମାନଙ୍କୁ ସିଡ଼ିଏମଓ ପରିଦର୍ଶନରେ ଯାଇଥିଲେ ଓ ଶନିବାର ଚାରି ଜଣ ରୋଗୀଙ୍କ ଝାଡା, ଚାରି ଜଣ ରୋଗୀ କେଉଁ ପାଣି ପିଇଥିଲେ ତାର ସେମ୍ପୁଲ, ତଥା ଦୁଇ ଜଣ ରୋଗୀଙ୍କ ଖାଦ୍ୟ ସେମ୍ପୁଲ ଭୁବନେଶ୍ୱର ପଠାଯାଇଛି, କୁଆପାଲି ଅଙ୍ଗନବାଡି ସେଣ୍ଟରରେ ରବିବାର ତିନି ଜଣଙ୍କୁ ରଖାଯାଇଛି ଓ ଚିକିତ୍ସା ଚାଲିଛି, ଆହୁରି ୮ ଦିନ ଏହି କେମ୍ପ ଚାଲିବ ବୋଲି ଡ଼ା ସେନାପତି କହିଛନ୍ତି । ଅଂଚଳରେ ଡାଏରୀଆ ଲାଗିଛି ବୋଲି ଲୋକେ ଡରିଯାଇଥିବା ଦେଖାଯାଇଛି ।

jittmm
Leave A Reply

Your email address will not be published.