
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କସ୍ଥିତ ସଭା ଗୃହରେ ଋଣ ମେଳା ଓ ଆର୍ଥିକ ସାକ୍ଷାରତା ଶିବିର ଜିଲ୍ଲା ମୁଖ୍ୟ ସମବାୟ ଅଧିକାରୀ ଉମାଶଙ୍କର ଦାସ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ରବିନ୍ଦ୍ରନାଥ କାଲୁଣ୍ଡିଆ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ କୌଶଲ୍ୟା ଭିତିରିଆ ଏବଂ ଅନ୍ୟ ସମବାୟ କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି । ଆର୍ଥିକ କ୍ଷେତ୍ରରେ ସମବାୟରେ ସଂଶ୍ଲିଷ୍ଟ ସଭ୍ୟଙ୍କୁ ମଜବୁତ କରେଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା, ସମବାୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚାଲିଥିବା ବୈପ୍ଲବିକ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ପ୍ରଦ୍ୟୁମ୍ନ ନନ୍ଦ, ଏହି ପରିପ୍ରେକ୍ଷୀରେ ୪୭ ଜଣଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଗଲା ଓ ୫ ଜଣ ଏସ ଏଚ ଜିଙ୍କୁ ୧୩ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।