oom

ଉପାୟ ଅନୁଷ୍ଠାନ ତରଫରୁ ଡ. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ଉପାୟ ଅନୁଷ୍ଠାନ ତରଫରୁ ଭାରତରତ୍ନ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଦିବସ ଉପାୟ ଅନୁଷ୍ଠାନର ମୁଖ୍ୟ ଲଳିତ ଜଗତଙ୍କ ସଭାପତିତ୍ୱରେ ପାଳନ କରଯାଇଥିଲା । ଏହି ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ମାଣ୍ଡୋସିଲ ମଣ୍ଡଳର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ସମ୍ମାନିତ ଅତିଥି ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଓମ୍ ପ୍ରକାଶ ନାୟକ, ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ବରତୁଣ୍ଡା ପଂଚାୟତର ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ପାଇକମାଲ ପଂଚାୟତ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ଡି ଓ ମୁଖ୍ୟବକ୍ତା ଆଦର୍ଶ ଶିକ୍ଷକ ସଞ୍ଜୟ ମୁନା ମଞ୍ଚାସୀନ ଥିଲେ । ଶ୍ରୀ ଜଗତ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ଅତିଥିମାନେ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ରାଜେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସହଯୋଗ କରିଥିଲେ ମଙ୍ଗନ୍ ବରିହା, ସୁବାଷ ହଂସ, ଘନଶ୍ୟାମ ସାହୁ, ସହଦେବ ମେହେର, ନବୀନ ପ୍ରଧାନ, ଚନ୍ଦ୍ର ମାଝୀ, ଗୋପାଳ ସୁନା, ପବିତ୍ର ସାଗର ଓ ବୀରେନ୍ଦ୍ର ଜଗତ ।

jittmm
Leave A Reply

Your email address will not be published.