ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ

କୋଣାର୍କ : କୋଣାର୍କ ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଅର୍କବିହାରସ୍ଥିତ ବାବାଙ୍କ ମନ୍ଦିରରେ ଭୋର ୪ଟାରେ ଓଁକାର ଧ୍ଵନି, ସୁପ୍ରଭାତ ଓ ନଗରକୀର୍ତ୍ତନରେ କୋଣାର୍କ ବଜାର ପରିକ୍ରମା ପରେ ବାବାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନରେ ସମିତି ପକ୍ଷରୁ ୯୭ଜଣ ନରନାରାୟଣଙ୍କୁ ପୂଜାର୍ଚ୍ଚନା ଓ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇ ସମସ୍ତଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା ।

ପ୍ରାୟ ଦୁଇ ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା ହୋଇଥିଲା । ସମିତି ଆବାହକ ଅରବିନ୍ଦ ସାହୁ, ଶରତ ଚନ୍ଦ୍ର ପ୍ରଧାନ, ବାମଦେବ ଆଳୁକ, ରାମକୃଷ୍ଣ ମହାନ୍ତି, ପବିତ୍ର କୁମାର ପାଢ଼ୀ, ସଂଯୁକ୍ତା ପାତ୍ର, ସ୍ଵର୍ଣ୍ଣଲତା ବେହେରା, ଶୀଳାକୀର୍ତ୍ତି ପାତ୍ର ଓ ସମିତିର ସମସ୍ତ ସଦସ୍ୟମାନେ ଉତ୍ସବ ପରିଚାଳନା କରିଥିଲେ ।

Leave A Reply

Your email address will not be published.