- ବିଜୁ ପଟ୍ଟନାୟକ ଥିଲେ ଧର୍ମୀୟ ତଥା ଆଞ୍ଚଳିକ ସଂକୀର୍ଣ୍ଣତାର ବହୁ ଉପରେ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଥିଲା ହିମାଳୟ ପରି ଉତ୍ତୁଙ୍ଗ । ସଂକୀର୍ଣ୍ଣ ଧର୍ମାନ୍ଧତା କିମ୍ବା ଆଞ୍ଚଳିକତା ଠାରୁ ସେ ଥିଲେ ବହୁ ଉବରେ । ସାରା ଓଡ଼ିଶାକୁ ସେ ନିଜର ଘର ବୋଲି ଭାବୁଥିଲେ । ସେ ଥିଲେ ଓଡ଼ିଶାରେ ଶିଳ୍ପାୟନର ପ୍ରଥମ ପ୍ରବର୍ତ୍ତକ, ସାରା ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସେ ପ୍ରଥମେ ଓଡ଼ିଶାରେ ଆରମ୍ଭ କରିଥିଲେ । ତାଙ୍କ ଯୋଗୁ କଳିଙ୍ଗ ସାରା ବିଶ୍ୱରେ ପରିଚୟ ପାଇଥିଲା । ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଆୟୋଜିତ ବିଜୁବାବୁଙ୍କ ଜୟନ୍ତୀରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଇତିହାସ ବିଭାଗର ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଥିଲେ । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଥମେ ବିଜୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘର ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି ତାଙ୍କ ବ୍ୟକ୍ତିଗତ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଜୟିନୀ ଜେନାଙ୍କ ସଭାପତିତ୍ୱରେ ତଥା ତ୍ରିଲୋଚନ ସ୍ୱାଇଁ ଏବଂ ସ୍ମିତା ମିଶ୍ରଙ୍କ ସଂଯୋଜନାରେ କ୍ଷୁଦ୍ର ଗଳ୍ପ ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୀତାରାଣୀ ବେହେରା ଗଳ୍ପ ପାଠ କରିଥିବାବେଳେ ସତ୍ୟନାରାୟଣ ଦାଶ, ସୁନୀଲ କୁମାର ଦାଶ, ଉପେନ୍ଦ୍ର ବସ୍ତିଆ, ଅଜୟ କୁମାର ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ପ୍ରତାପ କୁମାର ପଣ୍ଡା, ଚାରୁଲତା ପ୍ରଧାନ, ବ୍ରଜେନ୍ଦ୍ର କୁମାର ଦାଶ, ସଂଜୀବ ଭୋଇ, ସ୍ମିତା ମିଶ୍ର, ତ୍ରିଲୋଚନ ସ୍ୱାଇଁ ଏବଂ ବିଜୟିନୀ ଜେନା ପ୍ରମୁଖ ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପ ସଭାପତି ରଶ୍ମି ରଞ୍ଜନ ବୋଇତାଇ, ସମ୍ପାଦକ ରାଧାମୋହନ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ଅରବିନ୍ଦ ପାତ୍ର, ପ୍ରସନ୍ନ କୁମାର ମହାନ୍ତି, ଡ. ନଗେନ କୁମାର ଦାସ ପ୍ରମୁଖ ସହାୟତା କରିଥିବା ବେଳେ ଆଲୋକ ବୋଷ, ଡାକ୍ତର କୃପାସିନ୍ଧୁ ନାୟକ, ରବୀନ୍ଦ୍ର ନାଥ ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାମଲ, ଜଗନ୍ନାଥ ରାଉତ, ଦିବାକର ଦାସ, ଅବନି କୁମାର ମହାନ୍ତି, ଭବାନୀ ପ୍ରସାଦ ଦାସ, ନାରାୟଣ ଗୌଡ଼, କୈଳାସ ଚନ୍ଦ୍ର ମହାଲିକ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, କୁଳମଣି ଦାସ, ଭାଗ୍ୟଧର ଜେନା, ପ୍ରବୀର କୁମାର ଦୁବେ, ଅମରେନ୍ଦ୍ର କୁମାର ପାଢୀ, ବିଜୟ ରାୟ, ପ୍ରମୁଖ ବହୁ ସାହିତ୍ୟିକ ଯୋଗ ଦେଇଥିଲେ ।