oom

ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ସନ୍ଥକବି ଭୋଇଙ୍କ ଜୟନ୍ତୀ ପାଳିତ

jsmm

ବଙ୍ଗୋମୁଣ୍ଡା/ଭବାନୀପାଟଣା, (ହୁଲେଶ୍ୱର ହଂସ) : ବୈଶାଖ ତ୍ରୟୋଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭବାନୀପାଟଣା ଗୋଦାମପଡା ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ସହ ବ୍ରହ୍ମ ଅବଧୂତ ସିଦ୍ଧ ରତ୍ନମଣି ବାବା ଓ ସନ୍ଥ କବି ମାହାତ୍ମ୍ୟ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଠାଧିଶ ତଥା ମହିମା ଗାଦି ଲତାଶ୍ରମ ପରିଚାଳନା ସମିତି ସଭାପତି ବ୍ରହ୍ମ ଅବଧୂତ ଭଗବାନ ବାବା, କପିଳେନ୍ଦ୍ର ବାବା, କିଶୋର ଚନ୍ଦ୍ର ବାବା, ମଦନ ବାବା ଓ ସୁରେଶ ବାବାଙ୍କ ସମେତ ଅନେକ ସାଧୁ ସନ୍ଥ ବୈରାଗୀ ତଥା ଭକ୍ତ ପିତା ମାତା ଓ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ଆଶ୍ରମର ବିକାଶ ଓ ଉନ୍ନତି ନିମନ୍ତେ ତାଙ୍କ ଚେଷ୍ଟା ଜାରି ରହିଥିବା ପ୍ରତିଶ୍ରୁତି ଦେଇଥିଲେ । ବିଶିଷ୍ଟ ଅତିଥି ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳ ସଚିବ ପିତାମ୍ବର ଭୋଇ ଯୋଗଦେଇ ଭୀମ ଭୋଇଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ବ୍ରହ୍ମ ଅବଧୂତ କପିଳେନ୍ଦ୍ର ବାବା ଯୋଗଦେଇ ମହିମା ଧର୍ମ ଓ ଭୀମ ଭୋଇଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ଶେଷଦେବ ମାଝୀ, ଜିଲ୍ଲା ଆଦିବାସୀ ସଂଘ ଉପସଭାପତି ଭୁବନେଶ୍ୱର ମାଝୀ, ନର୍ଲା ବ୍ଲକ ଆଦିବାସୀ ସଂଘ ହରିଶଙ୍କର ମାଝୀ, କନ୍ଧ ସାଂସ୍କୃତିକ ଗବେଷକ ମେଦିନୀ ଧର ମାଝୀ, ବିଧାୟକ ପ୍ରତିନିଧି ମନୋଜ ସାହୁ ଯୋଗଦାନ କରିଥିଲେ । ବ୍ରହ୍ମ ଅବଧୂତ ଭଗବାନ ବାବାଙ୍କ ସଭାପତିତ୍ୱରେ ଆଶ୍ରମର ସର୍ବବିଧ ଉନ୍ନତି ପାଇଁ କାମନା କରିଥିଲେ । ଅକ୍ଷୟ କୁମାର ତ୍ୟାଗୀ ମଞ୍ଚ ପରିଚାଳନା କରିଥିବା ବେଳେ ଭକ୍ତ ସୁଧାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟରାଜ ଭକ୍ତ, ପବିତ୍ର ଶବର, କୋଶଳୀ କବି ଅର୍ଜୁନ ସାହୁ, ଭକ୍ତ ଅଖଣ୍ଡ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.