jayashree

ଆଜି ସମ୍ବିଧାନର ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ନେଇଥିଲେ । ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲା । ଏଲପିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରି ଆମ୍ବେଦକର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ ।

୧୯୧୭ରେ ଭାରତ ଫେରି ଅଧ୍ୟାପନା କରିଥିଲେ ତେବେ ପରେ ଅଧ୍ୟପନା ଛାଡି ଓକିଲାତି କରିଥିଲେ । ଏହି ସମୟରେ ସେ ଦଳିତ ଅଧିକାର ପାଇଁ ଆନ୍ଦେଳନ ଆରମ୍ଭ କରିଥିଲେ । ସମ୍ବିଧାନର ଖସଡା ପ୍ରସ୍ତୁତି ଏବଂ ଅଛୁଆଁ ଭେଦଭାବକୁ ଦୂର କରିବାରେ ତାଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବରେ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.