ବାଗଦୋର ଗ୍ରାମ ପଞ୍ଚାୟତରେ ଡ଼. ବି ଆର୍‌ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସମ୍ବିଧାନର ଜନକ ମହାନ ଦେଶ ଭକ୍ତ ତଥା ବିଶ୍ୱରତ୍ନ ଡ଼. ବି ଆର୍‌ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ବଲାଙ୍ଗିର ଜିଲ୍ଲାର ବେଳପଡା ବ୍ଳକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ଏହି ଅବସରେ ନବ ନିର୍ବାଚିତ ସରପଞ୍ଚ ପ୍ରଦୀପ କୁମାର ବେହେରା, ଜିଆର୍‌ଏସ୍‌ ପ୍ରହଲ୍ଲାଦ ବେହେରା, ଯୋଗାଣ ସହାୟକ ଡୋଳାମଣି ସାହୁ ପିଇଓ କର୍ମବୀର ତାଣ୍ଡି ଓ ସମିତି ସଭ୍ୟା ବନିତା ବିଶ୍ୱାଳ ଓ ସମସ୍ତ ସଭ୍ୟସଭ୍ୟା ଓ ଅଙ୍ଗନବାଡ଼ି ଦିଦି ଉପସ୍ଥିତ ଥିଲେ ।ପ୍ରଥମେ ଡ଼. ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଵଳନ କରାଯାଇଥିଲା । ପରେ ବିଜେଡି ନେତା ଗୁଲିକାଣ୍ଡରେ ପ୍ରାଣହରାଇ ଥିବା ଲୋକନାଥ ବିଶ୍ୱାଳଙ୍କ ଆତ୍ମା ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରିଥିଲେ । ପରେ ଗ୍ରାମ ଗୁଡିକର ଅସୁବିଧା ଗୁଡିକ ପ୍ରସ୍ତାବ ଆଗତ କରଯାଇଥିଲା । ମିନି ଅଙ୍ଗନବାଡ଼ି ବାଡ଼ି ସେଣ୍ଟର ଗୁଡିକରେ ପାଚିକା ଗୁଡିକ ନଥିବାରୁ ଦିଦି ମାନେ ସରପଞ୍ଚଙ୍କୁ ଜଣାଇଥିଲେ । ଶେଷରେ ପିଇଓ କର୍ମବୀର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.