oom

ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ସ୍ୱର୍ଗୀୟ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ବାରା ସଭାପତି ସରଦାର ପ୍ରୀତମ ସିଂଙ୍କ ସଭାପତିତ୍ୱରେ ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ସଭାରେ ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସ୍ୱାଗତ କରିଥିଲେ । ସଂପାଦକ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅତିଥି ପରିଚୟ କରାଇଥିଲେ ଅଧ୍ୟାପିକା ବନୁଜା ମେହେର । ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ, ଅବସରପ୍ରାପ୍ତ ପ୍ରଫେସର ଡ.ପ୍ରମୋଦ କୁମାର ପାଢୀ ପଦ୍ମପୁର ଓ ଅଶୋକ କୁମାର ପ୍ରଧାନ ବୁରୋ ଚିଫ, ଟାଇମସ ଅଫ ଇଣ୍ଡିଆ, ଭୁବନେଶ୍ୱର ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅତିଥିଗଣ ଭଗବାନ ମିଶ୍ରଙ୍କୁ ଅଜାତଶତ୍ରୁ, ବିଶିଷ୍ଟ ଶିକ୍ଷାବିଦ, ସୁସଂଗଠକ, ସମାଜ ସଂସ୍କାରକ ଭାବେ ସମାଜ ପ୍ରତି ତାଙ୍କର ଅବଦାନ ଏବଂ ପଶ୍ଚିମ ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଚିରସ୍ମରଣୀୟ ହୋଇ ରହିବେ ବୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହା ବ୍ୟତିତ ପ୍ରଫେସର ପାଢ଼ୀ ତାଙ୍କ ଗୁରୁ ସ୍ବ.ମିଶ୍ରଙ୍କ ସହ ତାଙ୍କ ଛାତ୍ର ଜୀବନର ସ୍ମୃତି ଓ ତାଙ୍କ ଦ୍ୱାରା ରଚିତ କେତୋଟି କବିତାର ମର୍ମ ବ୍ୟାଖ୍ୟା କରିଥିଲେ । ଉକ୍ତ ସମାରୋହର ମାତ୍ର ବାର ବର୍ଷ ବୟସରେ ଶିକ୍ଷକତା କରିଥିବା ବିଜେପୁରର ବିଶିଷ୍ଟ ଶିକ୍ଷୟିତ୍ରୀ ଶ୍ରୀମତୀ ଡୋଳାବତୀ ବାରିକଙ୍କୁ “ଭଗବାନ ମିଶ୍ର ଶିକ୍ଷକ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା । ସମ୍ମାନ ପ୍ରଦାନ କାର୍ୟ୍ୟକ୍ରମକୁ ପରିଚାଳନା ସମିତିର ମୁଖ୍ୟ ଉପଦେଷ୍ଟା ପ୍ର.ସନ୍ତୋଷ ପଣ୍ଡା କରିଥିଲେ । ଦୁଃଖୀସେବକ ସାହୁଙ୍କ ଦ୍ୱାରା ସମ୍ବଲପୁରୀ ଭାଷାରେ ଅନୁବାଦିତ ସ୍ୱ.ମିଶ୍ରଙ୍କ ରଚିତ କବିତା ‘ମନ କୀ ଟୋହ’କୁ ଶ୍ରୀମତୀ ସୁଶୀଳା ପସାୟତ ପାଠ କରିଥିଲେ । ମାଧ୍ୟମିକ ଶିକ୍ଷା ବୋର୍ଡ଼, ଓଡ଼ିଶା ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ୨୦୨୧ରେ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବିଷୟ ଟପର ମାନଙ୍କୁ ସ୍ବ.ପ୍ରସନ୍ନ କୁମାର ଦାଶ, ସ୍ବ.ବୁଦ୍ଧଦେବ ପ୍ରଧାନ, ସ୍ବ.ଡା.କେଶବ ଚନ୍ଦ୍ର ବେହେରା, ସ୍ବ.ମାନସାରାମ ଅଗ୍ରୱାଲ, ସ୍ବ.ନନ୍ଦ କିଶୋର ସାବଡ଼ିଆ ଓ ସ୍ବ.ପ୍ରେମାନନ୍ଦ ଗଡ଼ତିଆଙ୍କ ସ୍ମୃତିରେ ମେଧା ପୁରସ୍କାର ପ୍ରଦାନ କରିବା ସହ ହିନ୍ଦୀ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଜୟନ୍ତୀ ସମାରୋହରେ ଗୁରୁବନ୍ଦନା ଏବଂ ଭଜନ ପରିବେଷଣ କରିଥିଲେ କାମିନୀ ଦାଶ, ସୌଭାଗ୍ୟଲଷ୍ମୀ ଦାଶ ଓ ଗ୍ରେସୀ ନୀଶା ସିଙ୍ଘଲ । କାର୍ୟ୍ୟକ୍ରମକୁ ସଫଳ କରିବାରେ ସମିତିର ଉପଦେଷ୍ଟା ସନ୍ତୋଷ ପଣ୍ଡା, ସହ ସମ୍ପାଦକ ବିନୋଦ ସାହୁ, ଉପସଭାପତି କମଳ ଯୋଶୀ, ମନୋରମା ଷଡ଼ଙ୍ଗୀ, ରାମକୃଷ୍ଣ ଠାକୁର, କୁଶ ଭୂୟାଁ, ଜଗଦୀଶ ସୈନ, ନୀଳାମ୍ବର ମେହେର, ଅଭିମନ୍ୟୁ ଭୋସାଗର, ଗୋପାଳ ଷଡ଼ଙ୍ଗୀ, ସୁନୀଲ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜଗଦାନନ୍ଦ ମିଶ୍ର ।

jittmm
Leave A Reply

Your email address will not be published.